ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସେପ୍ଟେମ୍ବର ୧୦ରେ ହଟିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

0

ଭୁବନେଶ୍ବର: ବିଏସ୍‌କେୱାଇକୁ ନେଇ ବଡ ଖବର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। “ସେପ୍ଟେମ୍ବର ୧୦ ପରେ ପର୍ଯ୍ୟାୟକ୍ରମେ ଲାଗୁ ହେବ ‘ଗୋପବନ୍ଧୁ ଜନ ଆରୋଗ୍ୟ’ ଯୋଜନା। ପୂର୍ବତନ ରାଜ୍ୟ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହାପର ଠାରୁ ବିଏସକେୱାଇ ବଦଳରେ ଲୋକଙ୍କୁ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା। ଲୋକପ୍ରିୟ ଯୋଜନା ବିଏସ୍‌କେୱାଇରେ ଯେତିକି ଭାବରେ ସୁବିଧା ମିଳୁଛି ସେତିକି ସୁବିଧା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିବା ନେଇ ପଦକ୍ଷେପ ନିଆଯାଉଛି” ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ସେ କହିଛନ୍ତି, ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ବଜେଟ ଆପ୍ରୋପ୍ରିଏସନ ବିଲ ପାସ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ।

ନୂଆ ଯୋଜନା ଆସିଲା ଯାଏଁ ବିଏସକେୱାଇ କାର୍ଡ ଚାଲୁ ରହିବ। ଏବେ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ ବିଏସକେଓ୍ବାଇ ଜାରି ରହିବ। ସେପ୍ଟେମ୍ବର ୧୦ ତାରିଖ ପରେସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ। ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ ବିଲ ପାସ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ଏବେ ବିଏସକେୱାଇ ଯେମିତି ଚାଲିବା କଥା ସେମିତି ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।

Leave A Reply

Your email address will not be published.