ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆଜି ରତ୍ନଚିତା ପିନ୍ଧି ଚିତ୍ତଉ ପିଠା ଖାଇବେ ମହାପ୍ରଭୁ

0

ପୁରୀ: ଆଜି ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ନୀତି। ମହାପ୍ରଭୁଙ୍କୁ ହୀରା ଖଚିତ ରତ୍ନଚିତା ଲାଗି କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା, ପ୍ରଭୁ ବଳଭଦ୍ରଙ୍କୁ ନୀଳ ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗ ନୀତି ସମ୍ପନ୍ନ ହୋଇଥାଏ। ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି। ଏହା ଗୁପ୍ତ ନୀତି ହୋଇଥିବାରୁ ନୀତି ସମୟରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଏଥିପାଇଁ ଆଜି ପ୍ରଥମେ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ହୋଇ ଜୟବିଜୟ ଦ୍ୱାର ବନ୍ଦ ହେବ। ଏହାପରେ ଦଇତାପତି ସେବକମାନେ ଚିତାଲାଗି ପାଇଁ ଗର୍ଭଗୃହରେ ପ୍ରବେଶ କରିବେ। ଶ୍ରୀବଳଭଦ୍ରଙ୍କ ଶ୍ରୀମୁଖରେ ସବୁଜ ରଙ୍ଗର ପାନ୍ନାଚିତା, ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ ଉଜ୍ୱଳ ବ୍ରହ୍ମଜ୍ୟୋତି ଖଚିତ ହୀରାଚିତା, ମା’ ସୁଭଦ୍ରାଙ୍କ ଶ୍ରୀମୁଖରେ ମାଣିକ୍ୟ ଖଚିତ ଚିତା ଲାଗି କରାଯିବ। ଦଇତାମାନେ ଚିତା ଲାଗି କରି ଗର୍ଭଗୃହରୁ ଆସିଲା ପରେ ପାଳିଆ ମେକାପ ରତ୍ନସିଂହାସନ ମାର୍ଜଣା କରିବେ। ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ମହାସ୍ନାନ, ନୂଆ ଲୁଗା ଲାଗି, ସ୍ଵତନ୍ତ୍ର ଭୋଗ ଅନୁଷ୍ଠିତ ହୋଇଥାଏ। ଏହାପରେ ସେବାୟତମାନେ ମହାପ୍ରଭୁଙ୍କୁ ବନ୍ଦାପନା କରିଥାନ୍ତି । ମହାପ୍ରଭୁଙ୍କ ପାଇଁ ଚିତ୍ତଉ ପିଠା ଭୋଗ ଲାଗି ହୋଇଥାଏ। ଏଣୁ ଆମ ରାଜ୍ୟରେ ଚିତ୍ତଉ ଅମାବାସ୍ୟାକୁ ଲୋକପର୍ବ ଭାବେ ପାଳନ କରାଯାଏ। ଘରେ ଘରେ ଚିତ୍ତଉ ପିଠା ପ୍ରସ୍ତୁତି କରାଯାଇ ଚଉରା ମୂଳେ ଅର୍ପଣ କରିବାର ବିଧି ରହିଛି।

Leave A Reply

Your email address will not be published.