କଟକ: କଟକସ୍ଥିତ ଯୋବ୍ରା ବ୍ୟାରେଜ୍ରୁ ଜଣେ ମହିଳା ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ କାମିନୀ ସ୍ଵାଇଁ ଏବଂ ସେ କଟକ ଅରିଲୋ ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନାନୂସାରେ, ରବିବାର ଅପରାହ୍ନ ସମୟରେ କାମିନୀ ଯୋବ୍ରା ବ୍ୟାରେଜକୁ ଆସି ବ୍ରିଜ୍ ଉପରେ ନିଜ ବ୍ୟାଗ୍, ମୋବାଇଲ ଫୋନ୍, ଚପଲ ଆଦି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ସେହି ସମୟରେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ।ଗତ ୫ ଦିନ ମଧ୍ୟରେ ରେ କାଠଯୋଡ଼ି ଓ ମହାନଦୀକୁ ଡେଇଁ ୪ଜଣ ଜୀବନ ହାରିସାରିଲେଣି।
ପ୍ରମୁଖ ଖବର
ଭାରତୀୟ ପାଇଲଟ୍ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ