ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଗୋଟେ ଦିନ ଛୁଟି

0

ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କୁ ମାସକୁ ଋତୁସ୍ରାବ (ମାସିକଧର୍ମ)ପାଇଁ ମିଳିବ ଗୋଟେ ଦିନ ଛୁଟି। ରାଜ୍ୟ ସରକାର ଖୁବ୍ ଶ୍ରୀଘ୍ର ଏନେଇ ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବାକୁ ଯୋଜନା କରୁଛନ୍ତି। ଏହି ନୀତି ଅନୁଯାୟୀ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଜନିତ କଷ୍ଟରୁ ଲାଘବ ପାଇଁ ଗୋଟେ ଦିନ ଛୁଟି ପ୍ରଦାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା। ଖାଲି ସରକାରୀ ନୁହେଁ ବେସରକାରୀ କ୍ଷେତ୍ରରେ ମଧ୍ୟ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗରୁ ଏଥିପାଇଁ ଜମା ଛୁଟି ନଥିଲା କିନ୍ତୁ ଏବେ ଛୁଟି ମିଳିବ। ଏହା ସଂପୂର୍ଣ୍ଣ ରୂପେ ବିକଳ୍ପିକ, ଅର୍ଥାତ୍ ମହିଳାଙ୍କ ଉପରେ ନିର୍ଭର କରିବ। ଋତୁସ୍ରାବ ପୀଡା କଷ୍ଟ ଦୂର ପାଇଁ ଋତୁସ୍ରାବ ଦିନ କିମ୍ବା ଦ୍ଵିତୀୟ ଦିନ, ଯେ କୌଣସି ଗୋଟିଏ ଦିନ ସେମାନେ ଛୁଟି ନେଇପାରିବେ। ତେବେ ପ୍ରଥମେ ଏହା କେବଳ ସରକାରୀ ମହିଳାଙ୍କ ପାଇଁ ହୋଇଥିବା ବେଳେ ଆଜି ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ସରକାରୀ ନୁହେଁ ଘରୋଇ କ୍ଷେତ୍ରରେ ମହିଳାମାନେ ମଧ୍ୟ ଏହି ସୁଯୋଗ ପାଇବେ।

ତେବେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟର ଏକ ଅଂଶବିଶେଷ ଭାବେ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ନିଆଯାଇଛି। ଖାଲି ସେତିକି ନୁହେଁ ବାଲ୍ୟ ବିବାହକୁ ରୋକବା ପାଇଁ ମଧ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ୨୦୨୫-୩୦ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରତି ଜିଲ୍ଲାର ସିଡିପିଓମାନଙ୍କୁ ବାଲ୍ୟ ବିବାହ ନିବାରଣର ଅଧିକାରୀ ବା ସିଏମପିଓ ଭାବେ ନିଯୁକ୍ତ କରାଯାଏ। ହେଲେ ଏହି ନୂଆ ବ୍ୟବସ୍ଥାରେ ପ୍ରଧାନଶିକ୍ଷକ, ଅଧ୍ୟକ୍ଷ, ସରପଞ୍ଚ ଓ ଆବାସିକ ଓ୍ବାଡର୍ନମାନଙ୍କୁ ମଧ୍ୟ ସିଏମପିଓ ଭାବରେ ଦାୟିତ୍ବ ଦିଆାଯିବ। ସେମାନେ ମଧ୍ୟ ସିଡିପିଓଙ୍କ ଭଳି ଆଇନଗତ କ୍ଷମତା ବ୍ୟବହାର କରି ବାଲ୍ୟବିବାହ ରୋକି ପାରିବେ।

Leave A Reply

Your email address will not be published.