ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ମାଓବାଦୀଙ୍କ ବର୍ବରକାଣ୍ଡ, ପିଟି ପିଟି ମାରିଦେଲେ ଦଶମ ଶ୍ରେଣୀ ଛାତ୍ରଙ୍କୁ

0

ଛତିଶଗଡ଼: ଛତିଶଗଡ଼ରେ ପୁଣି ତେଜିଲେଣି ମାଓବାଦୀ। ନିର୍ମମ ଭାବେ ପିଟିପିଟି ନେଇଗଲେ ଜଣେ ୧୬ ବର୍ଷର ଛାତ୍ରର ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲାରେ। ତେବେ କିଛି ଦିନ ହେବ ଓଡିଶା ଓ ଛତିଶଗଡ ସୀମାରେ ମାଓ କାର୍ଯ୍ୟକଳାପ କିଛି ଟା ଥିମିଥିବା ଭିତରେ ପୁଣି ବର୍ବରକାଣ୍ଡ ଭିଆଇଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପୋଲିସ ସୂଚନାକାରୀ ସନ୍ଦେହ କରି ଅତି ନିର୍ମମ ଭାବରେ ପିଟିପିଟି ମାରିଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଢ ସୁକମା ଜିଲ୍ଲା ପୂଭର୍ତ୍ତି ଗାଁରେ ଜଣେ ୧୬ ବର୍ଷର ଦଶମ ଛାତ୍ର ଓ ତାଙ୍କର ୧୯ ବର୍ଷ ବୟସର ଭାଇଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ହତ୍ୟା କରିଛନ୍ତି ମାଓବାଦୀ। ତେବେ ଏହାକୁ ନେଇ ସୁକୁମା ଏସପି କହିଛନ୍ତି, ପ୍ରଥମେ ଆମେ ମଙ୍ଗଳବାର ରାତିରେ ପୂଭର୍ତ୍ତି ଗାଁର ଜଣେ ୧୬ ବର୍ଷର ଛାତ୍ର ସୋଏମ ଶଙ୍କରଙ୍କୁ ମାଓବାଦୀ ତାଙ୍କ ଘରେ ପଶି ପିଟିକି ମାରିଦେଇଥିବା ସୂଚନା ପାଇଥିଲୁ । ଯେତେବେଳେ ଏନେଇ ଆମେ ତଦନ୍ତ ଆରମ୍ଭ କଲୁ ପରେ ଜଣାପଡିଥିଲା ତାର ପୂର୍ବ ସପ୍ତାହରୁ ତାଙ୍କର ଭାଇ, ଯାହାଙ୍କର ବୟସ ୧୯ ବର୍ଷ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ। ତେବେ ଉକ୍ତ ସ୍ଥାନରେ ପୋଲିସର ସୁରକ୍ଷା କଡାକଡି ହେବାରୁ ମାଓବାଦୀମାନେ କ୍ଷୁବ୍ଧ ହୋଇ ଏଭଳି କାଣ୍ଡ କରିଥିବା କହିଛନ୍ତି ଏସପି।

Leave A Reply

Your email address will not be published.