ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆନ୍ତର୍ଜାତିକ ବ୍ୟାଡମିଂଟନ୍ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବେ ସୋଆ ଛାତ୍ର

0

ଭୁବନେଶ୍ୱର, ୧୬/୦୮: ଆସନ୍ତା ଅଗଷ୍ଟ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ପେକାନ୍‌ବାରୁ ସିଟି ସହରରେ ଆୟୋଜିତ ହେବାକୁ ଥିବା ଇନ୍‌ଟରନ୍ୟାସ୍‌ନାଲ୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଭାଗ ନେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଇଞ୍ଜିନିୟରିଂ ଛାତ୍ର ଅମ୍ରିତ୍ ମହାନ୍ତି।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନ୍‌ସ ଇଞ୍ଜିନିୟରିଂ ବିଭାଗର ୪ର୍ଥ ବର୍ଷର ଛାତ୍ର ଅମ୍ରିତ୍ ଏହି ପ୍ରତିଯୋଗିତାର ପୁରୁଷ ଡବଲ୍ସରେ ଭାଗ ନେବେ। ପ୍ରଥମ ଥର ପାଇଁ ଏହି ଖେଳାଳୀ ଜଣଙ୍କ ଆନ୍ତର୍ଜାତିକ ସ୍ତରରେ ନିଜର କ୍ରୀଡ଼ା ପ୍ରଦର୍ଶନ କରିବେ।

ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଇଣ୍ଡୋନେସିଆ ଯାତ୍ରା କରିବା ପୂର୍ବରୁ ଅମ୍ରିତ୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ତାଙ୍କର ଅଶୀର୍ବାଦ ନେଇଥିଲେ। ପ୍ରଫେସର ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ପ୍ରଦର୍ଶନ କାମନା କରିଥିଲେ।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ। ଅମ୍ରିତ ୨୦୧୯ରେ ରାଜ୍ୟ ଅଣ୍ଡର-୧୯ ବାଳକ ସିଙ୍ଗଲ୍ସରେ ରନର୍ସ ଅପ୍ ରହିଥିବା ବେଳେ ୨୦୧୯ ରାଜ୍ୟ ବ୍ୟାଡମିଂଟନ୍ ଚାମ୍ପିଅନ୍‌ସିପ୍‌ରେ ଅଣ୍ଡର-୧୭ ବାଳକ ବିଭାଗରେ ମଧ୍ୟ ରନର୍ସ ଅପ୍ ହୋଇଥିଲେ। ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଂଟରେ ତାଙ୍କର ପାର୍ଟନର ରହିବେ ଅଭିଜିତ ମହାରଣା।

Leave A Reply

Your email address will not be published.