ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପୁଣି ଏକ ବିଦେଶୀ ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ପାରାଦ୍ଵୀପ: ପୁଣି ଏକ ବିଦେଶୀ ଜାହାଜକୁ ଗିରଫ ନିର୍ଦ୍ଦେଶ। ସାମୁଦ୍ରିକ ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ପାରାଦ୍ଵୀପରେ ଥିବା ଇଜିପ୍ଟ ଫ୍ଲାଗସିପର ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଜାହାଜଟିର ନାଁ ହେଉଛି ଏମଭି ୱାଡି ଆଲବୋଷ୍ଟନ । ପାରାଦ୍ଵୀପ ବନ୍ଦର ଆଙ୍କରେଜରେ ଗତ ୬ ତାରିଖଠାରୁ ଜାହାଜଟି ରହିଛି। ପ୍ରାୟ ୪ କୋଟି ଟଙ୍କା ବକେୟା ରଖିଥିବାରୁ ଜାହାଜଟିକୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜର୍ମାନୀର କମ୍ପାନୀ ଇବୋଲି ଜିଏମବିଏଚର ଆବେଦନ ଉପରେ ବିଚାର କରି ଉଚ୍ଚ ନ୍ଯାୟାଳୟ ଏହି ରାୟ ଶୁଣାଇଛନ୍ତି। ଲୋ ସଲଫରିକ ମେରାଇନ ଗ୍ୟାସ ଅଏଲ ପରିବହନ ବାବଦକୁ ଜାହାଜଟି ପରିବହନ ବାବଦକୁ ୩ କୋଟି ୯୬ ଲକ୍ଷ ୧୮ ହଜାର ୧୨୯ ଟଙ୍କା ୪୦ ପଇସା ବାକି ରଖିଥିବା ଦାବି କରିଛି କମ୍ପାନୀ। ଏଣୁ ଜାହାଜଟିକୁ ଅଟକ ରଖିବାକୁ କମ୍ପାନୀ ହାଇକୋର୍ଟରେ ଆବେଦନ କରିଥିଲା । ଜାହାଜଟିକୁ ଗିରଫ କରିବା ପାଇଁ କୁଜଙ୍ଗ ସିନିୟର ସବଜର୍ଜ କୋର୍ଟଙ୍କୁ ଆଡମିରାଲ ଭାବେ ନିଯୁକ୍ତ କରିଛନ୍ତି ହାଇକୋର୍ଟ। ଜାହାଜଟି ବାଂଲାଦେଶରୁ ପାରାଦ୍ଵୀପ ବନ୍ଦର ଆସିଥିବା ବେଳେ ପାରାଦ୍ଵୀପ ବନ୍ଦରରୁ ୫୫ ହଜାର ମେଟ୍ରିକ ଟନ ଲୁହାପଥର ନେଇ ଚୀନ୍ ଯିବାର ଥିଲା। ପରବର୍ତ୍ତୀ ନିର୍ଦ୍ଦେଶ ନଦିଆଯିବା ପର୍ଯ୍ୟନ୍ତ ଜାହାଜକୁ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏକ ଜର୍ମାନ କମ୍ପାନୀ ଅର୍ଥ ହେରଫେରକୁ ନେଇ ଜାହାଜ ମାଲିକଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ଗତ କିଛି ଦିନ ତଳେ ପାରାଦ୍ୱୀପ ବନ୍ଦରରୁ ଏକ ଚାଇନା ଜାହାଜକୁ ଗିରଫ କରାଯାଇଥିଲା। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ଚାଇନା ଜାହାଜକୁ ପାରାଦ୍ବୀପ ବନ୍ଦରରେ ହିଁ ଗିରଫ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କାର ଅର୍ଥ ଦାବି କରି ଆବେଦନକାରୀ ସଂସ୍ଥା ଏହି ମାମଲାଦାୟର କରିଥିଲା। ଲୋ ସଲଫର ମେରାଇନ ଗ୍ୟାସ୍ ଅଏଲ ଯୋଗାଣକୁ ନେଇ ଏପରି ଦାବି କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା। ତେବେ ଉକ୍ତ ଜାହାଜକୁ ପରବର୍ତ୍ତୀ ସମୟରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.