ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଇଣ୍ଡୋନେସିଆରେ ଏସିଆନ ବଡି ବିଲଡିଂ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ବାଦଲ

0

ଇଣ୍ଡୋନେସିଆ: ଏସିଆନ ବଡି ବିଲଡିଂ ଚାମ୍ପିଆନସିପରେ ଚମକିଲେ ଓଡ଼ିଆ ପୁଅ ବାଦଲ ବେହେରା। ବୌଦ୍ଧ ଜିଲ୍ଲାର ଏକ ସାଧାରଣ ଗାଁର ଗରିବ ଘରୁ ଇଣ୍ଡୋନେସିଆର ବାତମସିଟି ପର୍ଯ୍ୟନ୍ତ ଲମ୍ବା ଯାତ୍ରାରେ ବାଦଲ ସଫଳତା ପାଇଛନ୍ତି। ବଡି ବିଲଡିଂ ଚାମ୍ପିଆନସିପରେ ବାଦଲ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇ ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତେବେ ବର୍ତ୍ତମାନ ବାଦଲ ବିଶ୍ବ ଚାମ୍ପିଆନସିପରେ ଭାଗ ନେବା ପାଇଁ ଅର୍ଥ ବାଧକ ସାଜିଛି।
ବାଦଲ ଏକାଧିକ ଥର ରାଜ୍ୟ ତଥା ଜାତୀୟ ସ୍ତରରେ ବଡି ବିଲଡିଂ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିଲେ। ପରେ ବଡି ବିଲଡିଂ ଏସିଆନ ଚାମ୍ପିୟାନସିପରେ ଭାଗ ନେବାପାଇଁ ଚୟନ ହୋଇଥିଲେ। ତେବେ ବାଦଲଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇ ଥିବାରୁ ତାଙ୍କ ପୈତୃକ ଜମିକୁ ବନ୍ଧକ ରଖି ଶେଷରେ ବାଦଲ ଇଣ୍ଡୋନେସିଆ ଯାତ୍ରା କରିଥିଲେ।

ଇଣ୍ଡୋନେସିଆର ବାତମସିଟ ଠାରେ ଗତ ୬ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଏସିଆନ ବଡି ବିଲଡିଂ ଚାମ୍ପିୟାନସିପ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବାଦଲ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି। ଗୋଟିଏ ଗରିବ ପରିବାରର ଯୁବ ବଡି ବିଲଡର ମଫସଲ ଗାଁ ରୁ ଯାଇ ଇଣ୍ଡୋନେସିଆ ରେ ସଫଳତା ପାଇବା କୌଣସି ଚମତ୍କାର ଠାରୁ କମ ନୁହେଁ। ଯୁବକଙ୍କ ଏଭଳି ସଫଳତା ଏହା ଓଡିଶା ପାଇଁ ଗର୍ବର କଥା।

Leave A Reply

Your email address will not be published.