ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ପୂର୍ବଭଳି ପୁଣି ଚାଉଳ ସାଙ୍ଗରେ ମିଳିବ ଗହମ

0

ଭୁବନେଶ୍ବର: ଏଣିକି ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣି ଥରେ ଚଉଳ ସହ ମିଳିବ। ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯୋଗାଣ ମନ୍ତ୍ରୀ।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ”ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପାଖରେ ଦାବି ରଖିଛି। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦିଆଯିବ। ” ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଗହମକୁ ବନ୍ଦ କରି ଅଧିକ ଚାଉଳ ଦେବା ପାଇଁ କେନ୍ଦ୍ରକୁ ଦାବି କରି ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା। ପୂର୍ବ ବିଜେଡି ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ।

ବର୍ତ୍ତମାନ ଖାଦ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ରାସନ କାର୍ଡ ହିତାଧିକାରୀଙ୍କୁ ପୁଣିଥରେ ପୂର୍ବ ଭଳି ଚାଉଳ ସହ ଗହମ ମିଳିବାକୁ ଯାଉଛି। ଏବେ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ଦିଆଯାଉଛି। ଆଗକୁ ଚାଉଳର ୨୦ ପ୍ରତିଶଦ ଗହମ ଦିଆଯିବ। ସେହିପରି ଉପାନ୍ତ ଅଞ୍ଚଳରେ ପଞ୍ଚାୟତ ଅଫିସକୁ ଆସି ପାରୁନଥିବା ହିତାଧିକାରୀଙ୍କ ଘରେ ଚାଉଳ ପହଞ୍ଚାଯିବ।

Leave A Reply

Your email address will not be published.