ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପୂର୍ବଭଳି ପୁଣି ଚାଉଳ ସାଙ୍ଗରେ ମିଳିବ ଗହମ

0

ଭୁବନେଶ୍ବର: ଏଣିକି ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣି ଥରେ ଚଉଳ ସହ ମିଳିବ। ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯୋଗାଣ ମନ୍ତ୍ରୀ।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ”ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପାଖରେ ଦାବି ରଖିଛି। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦିଆଯିବ। ” ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଗହମକୁ ବନ୍ଦ କରି ଅଧିକ ଚାଉଳ ଦେବା ପାଇଁ କେନ୍ଦ୍ରକୁ ଦାବି କରି ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା। ପୂର୍ବ ବିଜେଡି ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ।

ବର୍ତ୍ତମାନ ଖାଦ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ରାସନ କାର୍ଡ ହିତାଧିକାରୀଙ୍କୁ ପୁଣିଥରେ ପୂର୍ବ ଭଳି ଚାଉଳ ସହ ଗହମ ମିଳିବାକୁ ଯାଉଛି। ଏବେ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ଦିଆଯାଉଛି। ଆଗକୁ ଚାଉଳର ୨୦ ପ୍ରତିଶଦ ଗହମ ଦିଆଯିବ। ସେହିପରି ଉପାନ୍ତ ଅଞ୍ଚଳରେ ପଞ୍ଚାୟତ ଅଫିସକୁ ଆସି ପାରୁନଥିବା ହିତାଧିକାରୀଙ୍କ ଘରେ ଚାଉଳ ପହଞ୍ଚାଯିବ।

Leave A Reply

Your email address will not be published.