ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ପୁଣି ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହନ୍ତ

0

ଭୁବେଶ୍ବର: ରାଜ୍ୟସଭା ପାଇଁ ଭାରତୀୟ ଜନତା ପାର୍ଟି ଆଜି ପ୍ରାର୍ଥୀ ଘୋଷଣା କରିଛି । ଏଥିପାଇଁ ଦଳ ତରଫରୁ ମମତା ମହନ୍ତଙ୍କୁ ପ୍ରାର୍ଥୀ କରାଯାଇଛି। ଯେଉଁ ପଦରୁ ଇସ୍ତଫା ଦେଇଥିଲେ ଏବେ ପୁଣି ସେହି ପଦ ପାଇଁ ପ୍ରାର୍ଥୀ ହେଲେ । ପଦବୀ ଏକା କିନ୍ତୁ ଦଳ ଅଲଗା । ବିଜେଡିରେ ଥିବାବେଳେ ମମତା ରାଜ୍ୟ ସଭାର ଏମପି ଥିଲେ। ଏବେ ତାଙ୍କୁ ଭାଜପା ପକ୍ଷରୁ ମଧ୍ୟ ସେହି ପଦ ପାଇଁ ପ୍ରାର୍ଥୀ କରାଯାଇଛି।

ପୁଣି ରାଜ୍ୟ ସଭା ପ୍ରାର୍ଥୀ ହେଲେ ମମତା ମହନ୍ତ । ବିଜେଡିରୁ ପ୍ରାର୍ଥୀ ହୋଇ ରାଜ୍ୟ ସଭାକୁ ଯାଇଥିବା ମମତା ମହନ୍ତ ନିକଟରେ ଉଭୟ ବିଜେଡି ଓ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇଥିଲେ । ଆଉ ତା ପରଦିନ ହିଁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଏବେ ଦଳ ତାଙ୍କୁ ପୁଣି ଟିକେଟ୍‌ ଦେଇଛି। ଦଳରେ ମିଶୁ ମିଶୁ ପୁଣି ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ତେଣୁ ଆସନ୍ତାକାଲି ନାମାଙ୍କନ ଦାଖଲ କରିପାରନ୍ତି ମମତା। ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ନେତା ଅଟନ୍ତି ମମତା।

Leave A Reply

Your email address will not be published.