ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ

0

ଢେଙ୍କାନାଳ: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ବନ୍ୟଜନ୍ତୁ ଆଇନ ଉଲ୍ଲଂଘନ କରି ମୟୂର ରଖିଥିବାରୁ ତାଙ୍କବିରୁଦ୍ଧରେ ଡବ୍ଲୁଏଲପି ଆକ୍ଟ, ୧୯୭୨ ଅନୁଯାୟର ମାମଲା ରୁଜୁ ହୋଇଛି । ବିଭୁଦାନନ୍ଦଙ୍କ ଘର ଫାର୍ମ ହାଉସରୁ ୪ଟି ମୟୂର ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ବନ ବିଭାଗ ହାତରେ ହସ୍ତାନ୍ତର କରାଯାଇଛି।

ତେବେ ବୁଧବାର ରେଞ୍ଜରଙ୍କ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ୭ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ, ଅନ୍ୟ ଅଧିକାରୀଙ୍କୁ ନେଇ ଚଢ଼ାଉ ଆରମ୍ଭ କରିଥିଲା । ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ କରିଥିଲା ।

ତେବେ ଚଢାଉ ପରେ ବିଭୁଦାନନ୍ଦଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ, ଭୁବନେଶ୍ବର ଓ ଢେଙ୍କାନାଳରେ ୮ଟି ପ୍ଲଟ, ଆଠଗଡ଼ରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ, ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା, ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.