ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ

0

ଢେଙ୍କାନାଳ: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ବନ୍ୟଜନ୍ତୁ ଆଇନ ଉଲ୍ଲଂଘନ କରି ମୟୂର ରଖିଥିବାରୁ ତାଙ୍କବିରୁଦ୍ଧରେ ଡବ୍ଲୁଏଲପି ଆକ୍ଟ, ୧୯୭୨ ଅନୁଯାୟର ମାମଲା ରୁଜୁ ହୋଇଛି । ବିଭୁଦାନନ୍ଦଙ୍କ ଘର ଫାର୍ମ ହାଉସରୁ ୪ଟି ମୟୂର ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ବନ ବିଭାଗ ହାତରେ ହସ୍ତାନ୍ତର କରାଯାଇଛି।

ତେବେ ବୁଧବାର ରେଞ୍ଜରଙ୍କ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ୭ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ, ଅନ୍ୟ ଅଧିକାରୀଙ୍କୁ ନେଇ ଚଢ଼ାଉ ଆରମ୍ଭ କରିଥିଲା । ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ କରିଥିଲା ।

ତେବେ ଚଢାଉ ପରେ ବିଭୁଦାନନ୍ଦଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ, ଭୁବନେଶ୍ବର ଓ ଢେଙ୍କାନାଳରେ ୮ଟି ପ୍ଲଟ, ଆଠଗଡ଼ରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ, ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା, ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.