ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ମଣିଷକୁ ହୋଇନାହିଁ ବାର୍ଡ ଫ୍ଲୁ

0

ଭୁବନେଶ୍ୱର: ଓଡ଼ିଶାରେ ବାର୍ଡ ଫ୍ଲୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ମଣିଷକୁ ହୋଇନି ବାର୍ଡ ଫ୍ଲୁ ସଂକ୍ରମଣ l ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ l ଗତକାଲି ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ତାହା ନେଗେଟିଭ ଆସିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି l ସେପଟେ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବା ସହ ବ୍ୟାପକ ସଚେତନତା କରାଯାଉଛି l ତେବେ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ l

ସୂଚନାଯୋଗ୍ୟ ଯେ, ଗତକାଲି ପୁରୀ ଜିଲ୍ଲା ମଙ୍ଗଳପୁର ସିଏଚସିରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲା l ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ତାହା ନେଗେଟିଭ ଥିବା ସୂଚନା ମିଳିଛି l ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି । ସେପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢାଯାଇଛି । ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ ବ୍ଲକରେ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ।

ଅନ୍ୟପଟେ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏକ କିଲୋମିଟର ଭିତରେ ପ୍ରଥମ ଏବଂ ୧ରୁ ୧୦ କିଲୋମିଟର ଭିତରେ ଦ୍ବିତୀୟ ସ୍ତରରେ ସର୍ଭେଲାନ୍ସ କରାଯାଉଛି । ଘରକୁ ଘର ବୁଲି ବାର୍ଡ ଫ୍ଲୁ ନେଇ ସଚେତନ କରୁଛନ୍ତି ଆଶାକର୍ମୀ । ଆବଶ୍ୟକସ୍ଥଳେ ତାମି ଫ୍ଲୁ ଟାବଲେଟ୍ ଓ ଏନ୍ ୯୫ ମାସ୍କ ଦିଆଯାଉଛି। ପ୍ରାଣୀ ସଂପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ସ୍ୱାସ୍ଥ୍ୟ ବିଭାଗ କାମ କରୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।
ଏପଟେ ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ନିୟନ୍ତ୍ରଣ ବାହାରେ । ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଲାଗିପଡ଼ିଛି ସ୍ଵାସ୍ଥ୍ୟ ବିଭାଗ ସମେତ ପ୍ରାଣୀ ସମ୍ପଦ ବିଭାଗ । ପିପିଲି ସତ୍ୟବାଦୀ ପରେ ଏବେ ନିମାପଡ଼ା ଓ ଡେଲାଙ୍ଗରୁ ଯାଇଛି କୁକୁଡ଼ାଙ୍କ ନମୁନା । ଯାହା କୁକୁଡ଼ା ଚାଷୀଙ୍କ ଚିନ୍ତା ବଢ଼ାଇଛି । ଏପଟେ ଦୁଇଟି ଆର୍ ଆର୍ ଟି ଟିମ ର ସଦସ୍ୟଙ୍କ ନମୁନା ଯାଇଥିବା ବେଳେ ଏହାର ରିପୋର୍ଟ ନେଗେଟିଭ ଆସିଛି । ଏପଟେ ଯଦି କାହାର ଜ୍ଵର କାଶ ଭଳି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ।

Leave A Reply

Your email address will not be published.