ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଭିଜିଲାନ୍ସ ଜାଲରେ ସିଏଚଏସଇ ରେକର୍ଡ ସପ୍ଲାୟର ଗିରଫ

0

ଭୁବନେଶ୍ୱର: ସିଏଚ୍‌ଏସ୍‌ଇ ରେକର୍ଡ ସପ୍ଲାୟର୍‌ ପୁରେନ୍ଦ୍ର ସେଠୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଗତକାଲି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ତଥା ଭିଜିଲାନ୍ସର ଏକ ଟିମ୍ ପୁରେନ୍ଦ୍ରଙ୍କ ସ୍ତାବର ଅସ୍ତାବର ଅନେକ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା ।ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟ୍‌ର ପଟ୍ଟା ମିଳିଥିବା ବେଳେ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ସିଏଚ୍‌ଏସ୍‌ଇ ଅଧିକାରୀଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍‌ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ହୋଇଥିଲା। ପୁରେନ୍ଦ୍ରଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ୍‌ କରାଯାଇଥିଲା। ଭୁବନେଶ୍ୱରର କାନନ ବିହାରସ୍ଥିତ ୪ ମହଲା ଘର ସହ ସାମନ୍ତରାପୁର ଅଫିସ୍‌ରେ ମଧ୍ୟ ରେଡ୍‌ ଚାଲିଥିଲା। ସେହିପରି ଜଗତସିଂହପୁରରେ କେଉପଡା ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ରେଡ୍‌ କରାଯାଇଥିଲା। ଏହି ରେଡ୍‌ରେ ୩ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଏଏସ୍‌ଆଇ ସାମିଲ ଥିଲେ। ତେବେ ଚଢାଉ ପରେ ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟର ପଟ୍ଟା, ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା, ୧୬ ଲକ୍ଷ ଜମାରାଶି, ୧.୭ ଲକ୍ଷ ନଗଦ ରାଶି, ୨ଟି କାର୍‌ ଓ ୫ଟି ବାଇକ୍‌ ଜବତ କରିଛି ପୋଲିସ୍ । ଏଥିସହିତ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ ରହିଥିବା ବେଳେ ଏନେଇ ତଦନ୍ତ ଜାରି କରିଛି ଭିଜିଲାନ୍ସ ।

Leave A Reply

Your email address will not be published.