ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ ଜିନ୍ଦଲ

0

ଭୁବନେଶ୍ୱର: କୁରୁକ୍ଷେତ୍ର ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃତୀୟ ଥର ସାଂସଦ ତଥା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର୍ (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ  ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଏହି ବୈଠକରେ ଓଡ଼ିଶାରେ ଜେଏସପିର ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଅନୁଗୁଳ ଇସ୍ପାତ କାରଖାନାକୁ ପର୍ଯ୍ୟାୟକ୍ରମେ ବାର୍ଷିକ ୨୫.୨ ନିୟୁତ ଟନ୍ କୁ ସମ୍ପ୍ରସାରଣ କରାଯିବା ସମ୍ପର୍କରେ ଶ୍ରୀ ଜିନ୍ଦଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ସମ୍ପ୍ରସାରଣ ସମ୍ପୂର୍ଣ୍ଣ ହେବା ପରେ ଏହା କୌଣସି ଗୋଟିଏ ସ୍ଥାନରେ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ହେବ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଜେଏସପିର ପ୍ରୟାସକୁ ପ୍ରଶଂସା କରିଥିଲେ । ଶ୍ରୀ ଜିନ୍ଦଲ କହିଥିଲେ ଯେ ରାଜ୍ୟର ଶିଳ୍ପ ଭିତ୍ତିକ ସାମଗ୍ରିକ ବିକାଶ ପାଇଁ ଜେଏସପି ଓଡ଼ିଶା ସରକାର ଏବଂ ଓଡ଼ିଶାବାସୀଙ୍କ ସହ ସହଭାଗୀତା  ଜାରି ରଖିବ ।  

Leave A Reply

Your email address will not be published.