ପ୍ରମୁଖ ଖବର

ଗୁଜରାଟକୁ ମୋଦୀଙ୍କ ବଡ଼ ଭେଟ: ୩୫ ହଜାର କୋଟିର ପ୍ରକଳ୍ପ, ନୂଆ ଟ୍ରେନ୍ ସେବା ଶୁଭାରମ୍ଭ
ବିରୋଧ ସତ୍ତ୍ୱେ ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର
ଦୁର୍ଗାପୂଜାକୁ ନେଇ ବଡ଼ ନିଷ୍ପତ୍ତି: ମହାଷ୍ଟମୀରେ ‘ଡ୍ରାଏ ଡେ’, ବନ୍ଦ ରହିବ ଡିଜେ
୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ ଚମ୍ପାଇ ସୋରେନ

0

ଝାଡଖଣ୍ଡ: ବିଜେପିରେ ମିଶିଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ରାଞ୍ଚିରେ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଚମ୍ପାଇ ସୋରେନ ପଦ୍ମ ଧରିଛନ୍ତି । ତାଙ୍କ ସହ ବହୁ ସଂଖ୍ୟକ ଜେଏମଏମ କର୍ମୀ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି।
ଚମ୍ପାଇ ସୋରେନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଭାଜପାର ହୋଇଯାଇଛନ୍ତି। ସରକାରୀ ଭାବେ ସେ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି।ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍‌ଏମ୍ ମଧ୍ୟ ଛାଡ଼ିଥିଲେ । ବୁଧବାର ଚମ୍ପାଇ ସୋରେନ ତାଙ୍କ ଦିଶୋମ ଗୁରୁ ଶିବୁ ସୋରେନଙ୍କୁ ଇସ୍ତଫା ପତ୍ର ଦେଇଥିଲେ।
ସୂଚନା ଅନୁସାରେ, ଚମ୍ପାଇ ସୋରେନ ଚଳିତ ବର୍ଷ ଫେବୃଆରୀ ୨ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ୫ ମାସ ରହିଥିଲେ । ହେମନ୍ତ ସୋରେନ୍‌ ଜେଲରୁ ଆସିବା ପରେ ଚମ୍ପାଇ ସୋରେନ୍‌ ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଜୁଲାଇ ୪ରେ ପୁଣି ଥରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରଠୁ ଅସନ୍ତୋଷ ଥିଲେ ଚମ୍ପାଇ ସୋରେନ୍‌ ।

Leave A Reply

Your email address will not be published.