ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କୋରାପୁଟ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

0

କୋରାପୁଟ: କୋରାପୁଟ ମେଡିକାଲ କଲେଜରେ ଶୁକ୍ରବାର ଅପରାହ୍ନରେ ନିଆଁ ଲାଗିଯାଇଛି। ଫଳରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଚାଇଲ୍ଡ କେୟାର ୟୁନିଟ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ , କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସର୍ଟ ସର୍କିଟ ହୋଇଛି। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଏସଏନସିୟୁରେ ଏହି ଅଘଟଣ ଘଟିଛି। ଏସଏନସିୟୁ ରେ ଥିବା ଏକ ୟୁନିଟ୍‌ରେ ଆଜି ସର୍ଟ ସର୍କିଟ ହେବାରୁ ସମ୍ପୂର୍ଣ୍ଣ ୱାର୍ଡ ଧୂଆଁମୟ ହୋଇ ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ନବଜାତଙ୍କ ସମ୍ପର୍କୀୟ ତଥା ମେଡିକାଲ କର୍ମଚାରୀ ତୁରନ୍ତ ଶିଶୁମାନଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଛି। ଏଥିସହ ଉକ୍ତ ମହଲାରେ ଗର୍ଭବତୀମାନେ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିବାରୁ ସେମାନଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ସର୍ଟ ସର୍କିଟ ଯୋଗୁ ମେଡିକାଲର ବହୁ ଯନ୍ତ୍ରପାତି ନଷ୍ଟ ହୋଇଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Leave A Reply

Your email address will not be published.