ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କୋରାପୁଟ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

0

କୋରାପୁଟ: କୋରାପୁଟ ମେଡିକାଲ କଲେଜରେ ଶୁକ୍ରବାର ଅପରାହ୍ନରେ ନିଆଁ ଲାଗିଯାଇଛି। ଫଳରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଚାଇଲ୍ଡ କେୟାର ୟୁନିଟ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ , କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସର୍ଟ ସର୍କିଟ ହୋଇଛି। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଏସଏନସିୟୁରେ ଏହି ଅଘଟଣ ଘଟିଛି। ଏସଏନସିୟୁ ରେ ଥିବା ଏକ ୟୁନିଟ୍‌ରେ ଆଜି ସର୍ଟ ସର୍କିଟ ହେବାରୁ ସମ୍ପୂର୍ଣ୍ଣ ୱାର୍ଡ ଧୂଆଁମୟ ହୋଇ ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ନବଜାତଙ୍କ ସମ୍ପର୍କୀୟ ତଥା ମେଡିକାଲ କର୍ମଚାରୀ ତୁରନ୍ତ ଶିଶୁମାନଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଛି। ଏଥିସହ ଉକ୍ତ ମହଲାରେ ଗର୍ଭବତୀମାନେ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିବାରୁ ସେମାନଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ସର୍ଟ ସର୍କିଟ ଯୋଗୁ ମେଡିକାଲର ବହୁ ଯନ୍ତ୍ରପାତି ନଷ୍ଟ ହୋଇଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Leave A Reply

Your email address will not be published.