ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

0

ବାଲେଶ୍ଵର: ବାଲେଶ୍ୱର ଜିଲା ଆଲୋଏଜ ନିକଟରେ ନିଖୋଜ ନାବାଳିକାଙ୍କର ମୃତଦେହ ଠାବ ହୋଇଛି। ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ। ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।
ସୂଚନା ଅନୁସାରେ ତିନିଦିନ ହେଲା ନାବାଳିକାଜଣକ ନିଖୋଜ ଥିବା ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଥିଲା। ଏକ ବନ୍ଦ ଭଙ୍ଗା କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବନ୍ଦ କୋଠରୀ ଭିତରୁ ନାବାଳିକାଙ୍କ ମୃତଦେହ ଜବତ କରିଛି। ପରେ ଏହା ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଛି।
ଅନ୍ୟପକ୍ଷେ ପୋଲିସ ମୃତଦେହ ପାଖକୁ କାହାରିକୁ ଯିବାକୁ ଦେଉନାହିଁ। ସାଇଣ୍ଟଫିକ୍‌ମ୍‌ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇବ । ନଅ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାରକରି ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି। ଉକ୍ତ ଯୁବକଜଣଙ୍କ ସ୍ଥାନୀନ ଅଞ୍ଚଳର ହୋଇଥିବାବେଳେ ନାବାଳିକାକୁ ପଥରରେ ଛେଚି ହତ୍ୟା କରିଥିବା କୁହାଯାଉଛି।

Leave A Reply

Your email address will not be published.