ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

0

କଟକ: ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ଶ୍ରମିକ ମୃତ। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ନରଣପୁରଠାରେ ଦେଖିବାକୁ ମିଳିଛି। ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କଟକର ନରଣପୁର ଗ୍ରାମରେ ଏକ ନିର୍ମାଣାଧିନ ବିଲ୍ଡିଂର ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ କାମ ଚାଲିଥିଲା। ଶୁକ୍ରବାର ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ପଡ଼ିଯାଇଥିଲେ। ତେବେ ସେହି ସମୟରେ ବାହାରେ ଥିବା ଅନ୍ୟ ଶ୍ରମିକମାନେ ଡାକିବାରୁ ଭିତରୁ କୌଣସି ଶବ୍ଦ ଆସି ନ ଥିଲା।

ଶ୍ରମିକମାନେ ପାଇଖାନା ଟାଙ୍କି ଭିତରେ ଶ୍ଵାସରୁଦ୍ଧ ହୋଇଯାଇଥିଲେ। ପରେ ବାରଙ୍ଗ ଅଗ୍ନିଶମ ଓ ପୋଲିସର ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ ୨ ଶ୍ରମିକଙ୍କ ପରିଚୟ ଏ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

Leave A Reply

Your email address will not be published.