ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭାଜପା ଛାଡିଲେ ସାବିତ୍ରୀ ଜିନ୍ଦଲ

0

ହରିୟାନା: ହରିୟାଣା ବିଧାନସଭା ନିର୍ବାଚନ ଆଗକୁ ଥିବାବେଳେ ଭାଜପାକୁ ଲାଗିଛି ବଡ଼ ଝଟ୍‌କା। ଦଳ ନିର୍ବାଚନ ପାଇଁ ଅଣ୍ଟା ଭିଡିଥିବାବେଳେ ଦେଶର ଚତୁର୍ଥ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଭାଜପାର ହାତ ଛାଡିଛନ୍ତି। ଦଳ ବିରୋଧରେ ବିଦ୍ରୋହ କରି ସେ ସ୍ୱାଧୀନ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଭାରତର ଧନୀ ମହିଳା ଭାବେ ପରିଚିତ ସାବିତ୍ରୀ ଜିନ୍ଦଲ ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ସାବିତ୍ରୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା କୁରୁକ୍ଷେତ୍ର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’। ତେବେ ସାବିତ୍ରୀ ବିଜେପିରୁ ନିର୍ବାଚନ ଲଢ଼ିବେ ନାହିଁ।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୬୭ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। କିନ୍ତୁ ତାଲିକାରେ ତାଙ୍କ ନାଁ ନଥିବାରୁ ନିରାଶ ହୋଇଛନ୍ତି । ସେ ବିଜେପିରୁ ଟିକେଟ ପାଇବା ନେଇ ଆଶା ରଖିଥିଲେ। କିନ୍ତୁ ଟିକେଟ ମିଳି ନ ଥିଲା। ତେଣୁ ସେ ନିର୍ବାଚନ ଲଢ଼ିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି।

୩୯.୫ ଶହ କୋଟି ଡଲାର ସମ୍ପତ୍ତିର ମାଲିକ ସାବିତ୍ରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଆସିଛନ୍ତି। ସେ ୨୦୦୫ରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେ ହିସର ଆସନରୁ ଜିତି ବିଧାନସଭାରେ ପହଞ୍ଚିଥିଲେ। ଯାହା ପରେ ୨୦୦୯ରେ ସେ ପୁଣି ଥରେ ଭାଗ୍ୟ ପରୀକ୍ଷା କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତିଥିଲେ। ୨୦୧୩ରେ ତାଙ୍କୁ ହରିୟାଣା ସରକାରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା।

Leave A Reply

Your email address will not be published.