ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପାରା ଅଲିମ୍ପିକ୍ସରେ ଜୁଡୋ ପଦକ ଭେଟି ଦେଲେ କପିଲ ପାରମର

0

ପ୍ୟାରିସ: ଇତିହାସ ରଚିଛନ୍ତି ଭାରତର କପିଲ ପାରମର। ଆଜି ଯାଏ ଭାରତ କେବେ ବି ପାରା ଅଲିମ୍ପିକ୍ସର ଜୁଡୋରେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲା। ହେଲେ କପିଲ ଏହି ଧାରାକୁ ବଦଳାଇଛନ୍ତି। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଦେଶକୁ ଜୁଡୋରେ ପଦକ ଭେଟି ଦେଇଛନ୍ତି କପିଲ ପାରମର। ମଧ୍ୟପ୍ରଦେଶର ଶିବର ଗାଁର ମୂଳ ବାସିନ୍ଦା ହେଉଛନ୍ତି କପିଲ। ତାଙ୍କ ବାପା ଜଣେ ଟ୍ୟାକ୍ସି ଟ୍ରାଇଭର। ୪ ଭାଇ ଭଉଣୀଙ୍କ ମଧ୍ୟ କପିଲ ସବୁଠାରୁ ସାନ। ପିଲା ବେଳେ କପିଲ ବିଦ୍ୟୁତ ଆଘାତ ପାଇଥିଲେ। ଏଥିଯୋଗୁ ସେ କୋମାକୁ ଚାଲି ଯାଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ସେ ଠିକ ଭାବେ ଦେଖିବାକୁ ସମସ୍ୟା ଭୋଗିଥିଲେ। ହେଲେ ଏହା ତାଙ୍କୁ ଜୁଡୋ ପ୍ରତି ଥିବା ଭଲ ପାଇବାକୁ କମ କରି ନଥିଲା। କପିଲ ଅଭ୍ୟାସ କରିବା ସହ ଦେଶ ପାଇଁ ଆଜି ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। କପିଲଙ୍କ ସଫଳତା ପରେ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଭାରତ ଏଯାଏ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ଜିତିଛି।

Leave A Reply

Your email address will not be published.