ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପରେ ଜିତିଲେ ସ୍ୱର୍ଣ୍ଣ ପଦକ

0

ପ୍ୟାରିସ: ଚଳିତ ବର୍ଷ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ କମାଲ କରିଛି। ପ୍ୟାରିସ ଅଲିମ୍ପିକ୍ସରେ ଶୁକ୍ରବାର ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଟି୬୪ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି। ୨.୦୮ ମିଟର ଦୂରତାକୁ ଜମ୍ପ କରି ସେ ନୂତନ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଚଳିତ ସଂସ୍କରଣରେ ଭାରତର ଏହା ଷଷ୍ଠ ସ୍ୱର୍ଣ୍ଣ।

ଏଥିସହ ଓଭରାଲ ୨୬ ପଦକ ସହ ଟିମଇଣ୍ଡିଆ ପଂଏଟ ଟେବୁଲରେ ୧୪ତମ ସ୍ଥାନକୁ ଉନ୍ନୀତ ହୋଇଛି। ଏଥିରେ ୯ ରୌପ୍ୟ ଓ ୧୧ ବ୍ରୋଞ୍ଜ ପଦକ ସାମିଲ। ପାରା ଅଲିମ୍ପିକ୍ସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ଟୋକିଓ ଗେମ୍ସରେ ଭାରତ ୫ ସ୍ୱର୍ଣ୍ଣ ସହ ୧୯ ପଦକ ଜିତିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୨୬ ଟି ପଦକ ହାସଲ କରିଛି। ଭାରତର ପଦକ ସଂଖ୍ୟା ୩୦ରେ ପଂହଚିପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.