ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ,

0

ଭୁବନେଶ୍ୱର: ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ। ଭୁବନେଶ୍ୱର ଗାନ୍ଧୀମାର୍ଗରୁ ଗଡିଲା ସୁଭଦ୍ରା ରଥ । ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ଏହି ସୁଭଦ୍ରା ରଥ । ଗଣେଶ ପୂଜା ଅବସରରେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆଜି ସୁଭଦ୍ରା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ଖୁବ୍‌ଶୀଘ୍ର ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚିବ। ଏହାର କୌଣସି ସୀମା ନାହିଁ, ଶେଷ ହିତାଧିକାରୀ ଯାଏ ପଞ୍ଜୀକରଣ ଚାଲିବ। ଏଥିପାଇଁ ଗହଳି ନ କରି ଅପେକ୍ଷା କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆପଣମାନେ ରାତି ଅନିଦ୍ରା ନ ହୋଇ ଗହଳି ନ କରି ଅପେକ୍ଷା କରନ୍ତୁ। ସେପ୍ଟେମ୍ବର ୧୬ ତାରିଖ ଯାଏଁ ଏହି ରଥ ବୁଲି ବୁଲି ଲୋକଙ୍କୁ ସଚେତନ କରାଇବ । ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର୍ ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତି ଥିଲେ ।

Leave A Reply

Your email address will not be published.