ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ବିଜେଡି ନେତାଙ୍କ ଦଳ ଛାଡ଼ିବା ନେଇ କଣ କହିଲେ ସାଂସଦ ମମତା

0

ଭୁବନେଶ୍ବର: ସୁଜିତ କୁମାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି। ଏହାକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ବିଜେଡି ନେତାଙ୍କ ଦଳ ଛାଡ଼ିବା ନେଇ ସାଂସଦ ମମତା ମହାନ୍ତ କହିଛନ୍ତି ଯେ, ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ହୁଏତ ସେମାନେ ମଧ୍ୟ ଦଳ ଛାଡି ଆସିପାରନ୍ତି ବୋଲି କହିଛନ୍ତି ସାଂସଦ ମମୟା ମହାନ୍ତ । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ ହୋଇଗଲେଣି । ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଏବେ ଅସନ୍ତୁଷ୍ଟ ଅଛନ୍ତି ବୋଲି କହିଛନ୍ତି ମମତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଦଳ ପ୍ରତିଷ୍ଠା କରିଥିଲେ, ଆଜି ସେମାନେ ଦଳରେ ନାହାନ୍ତି । ସେମାନଙ୍କୁ ଦଳରେ ଅଣଦେଖା କରାଗଲା । ମୋ ପରେ ସୁଜିତ କୁମାର ଦଳ ଛାଡ଼ିଲେ, ହୁଏତ ଆଗକୁ ଅନେକ ଆସିପାରନ୍ତି ବୋଲି କହିଛନ୍ତି ସାଂସଦ ମମତା ମହାନ୍ତ ।

ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ୨୦୨୦ରେ ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ସୁଜିତ କୁମାର ଗତକାଲି ନିଜ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଥିଲେ। ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରିବାକୁ ଥିବାବେଳେ ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଅପରପକ୍ଷେ, ସୁଜିତ କୁମାରଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଥିଲା।

Leave A Reply

Your email address will not be published.