ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମସି

0

ଭୁବନେଶ୍ୱର: ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳା ଓ ନିରାପଦରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ତାହା ହେଲା ଟଙ୍କପାଣି ବ୍ରିଜ ଏବଂ ଦୟାନଦୀ କୂଳ। ବିସର୍ଜନ ପାଇଁ ବିଏମସି ତରଫରୁ ଆୟୋଜନ ହୋଇଛି ।

ଅନ୍ୟପକ୍ଷେ, ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ ବିଏମ୍‌ସି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ। ସେହି ମୂର୍ତ୍ତିକୁ ବିଏମ୍‌ସି ବିସର୍ଜନ କରିବ। ଏ ନେଇ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମୂର୍ତ୍ତିକୁ ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ସଠିକ ଭାବେ ଯଥା ସ୍ଥାନରେ ରଖିବେ। ଡେପୁଟି କମିଶନର ଏହାର ତଦାରଖ କରିବେ। ଗାଡ଼ି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂତ୍ତି ପହଞ୍ଚାଯିବ। ଏନେଇ ଶ୍ରମିକ ଆବଶ୍ୟକ ହେଲେ ଏନ୍‌ଜିଓ ମାଧ୍ୟମରେ ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜଧାନୀର ୮ କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ଥାନ୍ତର ଲାଗି ଲିଷ୍ଟ ଜାରି ହୋଇଛି।
କିଛି ଦିନ ତଳେ ଦୁର୍ଗା ପୂଜା ଭସାଣିର ଗାଇଡଲାଇନ୍‌ ଜାରି କରାଯାଇଥିବା ବେଳେ ଏବେ ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି ହୋଇଛି । ଶାନ୍ତି ଶୃଙ୍ଖଳା ଓ ନିରାପଦରେ ବିସର୍ଜନ ପାଇଁ ବିଏମସି ଏପରି ପଦକ୍ଷପ ନେଇଛି ।

Leave A Reply

Your email address will not be published.