ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା

0

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ଥିବାବେଳେ ବାଦ୍ ପଡ଼ିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା। ଗାନ୍ଧି ନଗର ଆସନରୁ ଦଳ ତାଙ୍କ ବଦଳରେ ବିକ୍ରମ ରନ୍ଧୱାଙ୍କୁ ଟିକେଟ୍ ଦେଇଛି। 

ସେହିପରି ଦଳ କଠୁଆରୁ ଭରତ ଭୂଷଣଙ୍କୁ ଟିକେଟ୍ ଦେଇ ଥିବାବେଳେ ଗୁଲାମ ମହମ୍ମଦ ମୀରଙ୍କୁ ହନ୍ଦୱାଡାରୁ ପ୍ରାର୍ଥୀ ଘୋଷଣା କରିଛି। ମୀର ଜମ୍ମୁ କଶ୍ମୀର ପିପୁଲ୍ସ କନଫରେନ୍ସ ମୁଖ୍ୟ ସାଜଜାଦ ଲୋନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ, ଯାହାଙ୍କୁ ବିଜେପି ଲୋକସଭା ନିର୍ବାଚନ ସମୟରେ ବାରମୁଲ୍ଲା ଆସନରେ ସମର୍ଥନ କରିଥିଲା।

ସେପଟେ, ନାସିର ଅହମ୍ମଦ ଲୋନ ବନ୍ଦିପୋରାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆର.ଏସ୍ ପାଥାନିଆଙ୍କୁ ଉଦମପୁର ପୂର୍ବରୁ ଟିକେଟ୍ ଦିଆଯାଇଛି।ମହମ୍ମଦ ଇଡ୍ରେସ୍ କର୍ନାହି, ଅବଦୁଲ ରସିଦ ଖାନ ଏବଂ ଫକିର ମହମ୍ମଦ ଖାନ ଯଥାକ୍ରମେ କରନାହ, ସୋନାୱାରୀ ଏବଂ ଗୁରେଜରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଷନାହ ନିର୍ବାଚନମଣ୍ଡଳୀରୁ ରାଜୀବ ଭଗତ ଏବଂ ମଢରୁ ସୁରିନ୍ଦର ଭଗତ ପ୍ରାର୍ଥୀ ହୋଇଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇବା ପରେ ଏଠାରେ ପ୍ରଥମ ଥର ବିଧାନସଭା ଅନୁଷ୍ଠିତ ହେଉଛି। ତେବେ ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ଅକ୍ଟୋବର 8ରେ ଫଳାଫଳ ପ୍ରକାଶ ପାଇବ

Leave A Reply

Your email address will not be published.