ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଟ୍ରକକୁ ଧକ୍କା ଦେଲା ବାଇକ ୨ ମୃତ, ଜଣେ ଗୁରୁତର

0

ଭଦ୍ରକ:୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ ଟ୍ରକକୁ ଧକ୍କା ଦେଇଛି। ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକ ଦ୍ୱୟ ହେଲେ ପଥରାଆଡିର ଶିବସୁନ୍ଦର ମହାପାତ୍ର ଓ ବାରିକପୁରର ସୌରଭ ମିଶ୍ର। ଅନ୍ୟ ଜଣେ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ସୌରଭ ମିଶ୍ର ନାବାଳକ ବୋଲି ଜଣାଯାଇଛି। ତେବେ ବାଇକରେ ୩ ଜଣ ଯୁବକ ଜାତୀୟ ରାଜପଥରେ ରଙ୍ଗ ରୁଟରେ ଯାଉଥିବା ବେଳେ ଟ୍ରକ ସହ ମୁହାମୁହିଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

ବିଳମ୍ବିତ ରାତିରେ ୩ ଜଣ ଏକ ବାଇକ ଯୋଗେ ଚରମ୍ପାରୁ ବନ୍ତ ଅଭିମୁଖେ ଆସୁଥିଲେ। ବନ୍ତ ଛକ ଠାରେ ରାସ୍ତାକଡ଼ରେ ଥିବା ଏକ ଟ୍ରକ୍‌କୁ ବାଇକଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ବାଇକରେ ଥିବା ୩ ଜଣ ଛିଟିକି ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.