ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ଜଳ

0

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ଜଳ। ଫଳରେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଏନେଇ ପାଓ୍ବାର ହାଉସର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମାଛକୁଣ୍ଡ ପାୱାର ହାଉସରେ ୨ ନମ୍ବର ୟୁନିଟ୍ ଭିତରେ ବନ୍ୟା ଜଳ ପ୍ରବେଶ କରିଛି କର୍ମଚାରୀମାନଙ୍କ ଦ୍ୱାରା ବନ୍ୟା ଜଳ ବାହାର କରିବାକୁ ଉଦ୍ୟମ ଚାଲିଛି । ପାଇପ୍ ଲଗାଇ ପାଣି ବାହାର କରିବାକୁ ଚେଷ୍ଟା କରାଯାଉଛି।

ତେବେ ମାଛକୁଣ୍ଡ ପାୱାର ହାଉସରୁ ଦୈନିକ ୮୦ ମେଗାୱଟ୍ ବିଦ୍ୟୁତ ଉତ୍ପାଦନ ହୁଏ। ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାରରେ ବିପଦ ସଂକେତ ଉପରେ ବନ୍ୟା ଜଳ ରହିଛି। ଜଳଭଣ୍ଡାର ଭିତରେ ବନ୍ୟା ଜଳ ପ୍ରବେଶ କରୁଥିବାରୁ ୫ଟି ଗେଟ୍ ଖୋଲି ଦିଆଯାଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୩ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ମାଛକୁଣ୍ଡ ଡ଼ି ଡ୍ୟାମରୁ ୪ଟି ଗେଟରେ ୨୦ ହଜାର କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଇ ମାଛକୁଣ୍ଡ ନଦୀରେ ଛଡା ଯାଉଛି।

Leave A Reply

Your email address will not be published.