ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

0

ପାଟନା: ବିହାରର ରାଜଧାନୀ ପାଟନରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାସ୍ତା କଡରେ ଠିଆ ହୋଇଥିବା ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି। ମୁନା ଶର୍ମାଙ୍କ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଗତକାଲି ଶ୍ୟାମ ସୁନ୍ଦର ଶର୍ମାଙ୍କ ପୁଅଙ୍କ ନିର୍ବନ୍ଧ ଥିଲା। ସେଥିପାଇଁ ତାଙ୍କ ଘରକୁ କିଛି ବନ୍ଧୁବାନ୍ଧବ ଆସିଥିଲେ। ସେହି ବନ୍ଧୁବାନ୍ଧବଙ୍କ ମଧ୍ୟରୁ କେତେ ଜଣଙ୍କୁ ଆଜି ଭୋରରେ ସେ ଅଟୋରେ ବସାଇବା ପରେ ରାସ୍ତାକଡ଼ରେ ବସିଥିବା ବେଳେ ତିନି ଜଣ ବ୍ୟକ୍ତି ବାଇକରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ଚେନ୍ ଲୁଟେରା ଥିବା ବେଳେ ତାଙ୍କୁ ଟଣା ଓଟରା କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ଲୁଟେରାମାନେ ଗୁଳି ଚଳାଇଥିଲେ।
ଅନ୍ୟପକ୍ଷରେ ତାଙ୍କୁ ମାରିବା ସତ୍ତ୍ୱେ ଲୁଟେରାମାନେ ଚେନ୍ ନେଇ ନଥିଲେ। ତେଣୁ ଏହି ଘଟଣାର ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଆଲୋଚନା ହେଉଛି। ମୃତ ମୁନା ଶର୍ମାଙ୍କ ବେକରେ ସୁନା ଚେନ୍‌ ଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଲୁଟେରାମାନେ ଚେନ୍ ନ ନେବା କାରଣରୁ ଏହି ହତ୍ୟାକାଣ୍ଡ ଏବେ ସନ୍ଦେହ ଘେରରେ ରହିଛି। ଏହି ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବାବେଳେ, ଫୁଟେଜକୁ ଆଧାର କରି ଯାଞ୍ଚ କରୁଛି ପୋଲିସ। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଚିହ୍ନଟ କରିଥିବା କହିଛି।

Leave A Reply

Your email address will not be published.