ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୟା ନଦୀରେ ନିର୍ମାଣ ହେବ ଜଳଭଣ୍ଡାର

0

ପିପିଲି: ଦୟା ନଦୀରୁ ଜଳ ଉଠାଣ ପାଇଁ ତିଆରି ହେବ ୫ ମେଗା ପାନୀୟ ଜଳ ପ୍ରକଳ୍ପ। ଆଜି ଗୃହରେ ପିପିଲି ବିଧାୟକଙ୍କ ପ୍ଲାନରେ ଏହି ଉତ୍ତର ରଖିଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାଏକ।

ଏନେଇ ମନ୍ତ୍ରୀ କହିଛନ୍ତି, ଦୟା ନଦୀରେ ଜଳଭଣ୍ଡାର ନିର୍ମାଣ ହେବ। ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ଦୟା ନଦୀରୁ ଜଳ ଉଠାଣ ପାଇଁ ଏହି ୫ଟି ପ୍ରକଳ୍ପ ନିର୍ମାଣ ହେବ। ପୂର୍ବ ସରକାର ଜଳ ସଂପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ଠିକ୍ ସମୟରେ ସର୍ଭେ କିମ୍ବା ଡିପିଆର୍ ପ୍ରସ୍ତୁତ ହୋଇନାହିଁ। ଯେଉଁ କାରଣରୁ ଯେତେ ଚେଷ୍ଟା କଲେ ବି କିଛି ପ୍ରକଳ୍ପ ଡେରିରେ ସରିବ ବୋଲି କହିଛନ୍ତି ମନ୍ତ୍ରୀ।

ଏହା ସହ ସେ କହିଛନ୍ତି ଯେ ସମୁଦ୍ର ପାଣିକୁ ପିଇବା ଯୋଗ୍ୟ କରିବା ପାଇଁ ଓଡ଼ିଶାକୁ ଆସିବ କମ୍ପାନି। ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାର ଟେକ୍ନୋଲୋଜି ଏଯାଏଁ କେଉଁଠି କାର୍ଯ୍ୟକାରୀ ହୋଇନାହିଁ ତଥାପି ଏହି ସମସ୍ୟାକୁ ଦୂରେଇବାକୁ ଏକ କମ୍ପାନୀ ସ‌ହ ଆଲୋଚନା ସରିଛି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରି ନିଷ୍ପତ୍ତି ନିଆଯିବ। ସଫଳ ହେଲେ କାର୍ଯ୍ୟକ୍ଷମ କରାଯିବ। ବୋଲି ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ କହିଛନ୍ତି।

Leave A Reply

Your email address will not be published.