ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଦୟା ନଦୀରେ ନିର୍ମାଣ ହେବ ଜଳଭଣ୍ଡାର

0

ପିପିଲି: ଦୟା ନଦୀରୁ ଜଳ ଉଠାଣ ପାଇଁ ତିଆରି ହେବ ୫ ମେଗା ପାନୀୟ ଜଳ ପ୍ରକଳ୍ପ। ଆଜି ଗୃହରେ ପିପିଲି ବିଧାୟକଙ୍କ ପ୍ଲାନରେ ଏହି ଉତ୍ତର ରଖିଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାଏକ।

ଏନେଇ ମନ୍ତ୍ରୀ କହିଛନ୍ତି, ଦୟା ନଦୀରେ ଜଳଭଣ୍ଡାର ନିର୍ମାଣ ହେବ। ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ଦୟା ନଦୀରୁ ଜଳ ଉଠାଣ ପାଇଁ ଏହି ୫ଟି ପ୍ରକଳ୍ପ ନିର୍ମାଣ ହେବ। ପୂର୍ବ ସରକାର ଜଳ ସଂପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ଠିକ୍ ସମୟରେ ସର୍ଭେ କିମ୍ବା ଡିପିଆର୍ ପ୍ରସ୍ତୁତ ହୋଇନାହିଁ। ଯେଉଁ କାରଣରୁ ଯେତେ ଚେଷ୍ଟା କଲେ ବି କିଛି ପ୍ରକଳ୍ପ ଡେରିରେ ସରିବ ବୋଲି କହିଛନ୍ତି ମନ୍ତ୍ରୀ।

ଏହା ସହ ସେ କହିଛନ୍ତି ଯେ ସମୁଦ୍ର ପାଣିକୁ ପିଇବା ଯୋଗ୍ୟ କରିବା ପାଇଁ ଓଡ଼ିଶାକୁ ଆସିବ କମ୍ପାନି। ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାର ଟେକ୍ନୋଲୋଜି ଏଯାଏଁ କେଉଁଠି କାର୍ଯ୍ୟକାରୀ ହୋଇନାହିଁ ତଥାପି ଏହି ସମସ୍ୟାକୁ ଦୂରେଇବାକୁ ଏକ କମ୍ପାନୀ ସ‌ହ ଆଲୋଚନା ସରିଛି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରି ନିଷ୍ପତ୍ତି ନିଆଯିବ। ସଫଳ ହେଲେ କାର୍ଯ୍ୟକ୍ଷମ କରାଯିବ। ବୋଲି ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ କହିଛନ୍ତି।

Leave A Reply

Your email address will not be published.