ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଡାକ୍ତରଖାନା କେବୁଲରେ ଛନ୍ଦି ହୋଇ ଚାଲିଗଲା ରୋଗୀଙ୍କ ଜୀବନ

0

ନୀଳଗିରି: ରୋଗରୁ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତରଖାନା ଯାଇଥିଲେ। ହେଲେ ଜଣା ନଥିଲ ସେଠି ହିଁ ଜଗି ବସିଥିଲା ଯମ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲରୁ। ମୃତକ ଜଣଙ୍କ ହେଉଛନ୍ତି ଆମ୍ବଝର ଗାଁର କରଣ ସିଂ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥତା ଯୋଗୁ ୫ ଦିନ ତଳେ କରଣ ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ସେ ଶୌଚ ହେବା ପାଇଁ ଯାଇଥିଲେ। ମେଡିକାଲ ଭିତରେ ଶୌଚାଳୟ ଅପରିଷ୍କାର ଥିବାରୁ କରଣ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। ଶୌଚାଳୟ ନିକଟରେ କେବୁଲ ତାର ବିଛା ହୋଇଥିଲା। ପଡ଼ିଥିବା କେବୁଲ ତାରରେ କରଣଙ୍କ ଗୋଡ଼ ଛନ୍ଦି ହୋଇଯାଇଥିଲା। ସେ ତଳେ ପଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରୋଗୀଙ୍କ ସଂପର୍କୀୟ ଏହା ଦେଖି କରଣଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ଷ୍ଟ୍ରେଚର ଉଠାଇ ତାଙ୍କୁ ମେଡିକାଲ ଭିତରକୁ ଆଣିଥିଲେ। ସେଠାରେ ଡାକ୍ତର କରଣଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.