ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

0

ନୂଆଦିଲ୍ଲୀ: ଭାରତରେ ସାମ୍ନାକୁ ଆସିଲା ମଙ୍କିପକ୍ସର ପ୍ରଥମ ମାମଲା। ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି।ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିବା ସୂଚନା ରହିଛି। ଉକ୍ତ ବ୍ୟକ୍ତିଙ୍କଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ଅନୁସନ୍ଧାନ ପରେ ଏହା ନିଶ୍ଚିତ ହୋଇଛି ଯେ ସେ ମଙ୍କିପକ୍ସରେ ସଂକ୍ରମିତ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା । ତାଙ୍କୁ ଆଇସୋଲେସନରେ ରଖାଯିବା ସହ ଉକ୍ତ ବ୍ୟକ୍ତିଙ୍କ ଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିବା ମାରାତ୍ମାକ କ୍ଲେଡ ୧ରେ ଯୁବକ ଜଣଙ୍କ ଆକ୍ରାନ୍ତ ହୋଇନାହାନ୍ତି। ସେ କ୍ଲେଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି। ୨୦୨୨ ଜୁଲାଇରୁ ଭାରତରେ ଏହି ଭାଇରସ ୩୦ ଜଣଙ୍କ ଶରୀରରେ ମଧ୍ୟ ଠାବ ହୋଇଥିଲା। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି। ତେବେ ଗତ ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲା।

Leave A Reply

Your email address will not be published.