ପ୍ରମୁଖ ଖବର

ଖୁବ ଶୀଘ୍ର ୧୦ ଓ ୫୦୦ ଟଙ୍କା ନୂଆ ନୋଟ୍ ଆଣିବ ଆରବିଆଇ
ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି
ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ
ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର
ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

ସୁନା ମାନ, ମାପ ଓଜନରେ ଠକୁଛନ୍ତି ଗହଣା ଦୋକାନୀ

0

ଭୁବନେଶ୍ବର: ସୁନା କିଣୁଥିଲା ବେଳେ ସବୁବେଳେ ସାବଧାନ ରୁହନ୍ତୁ। ସୁନା ପରଖି, ନିରିଖି ଆଣନ୍ତୁ। ନହେଲେ ଆପଣଙ୍କୁ ଠକି ପାରନ୍ତି ସୁନା ଦୋକାନୀ। ଆଜି ଏହାକୁ ନେଇ ଗୃହରେ କିଛି ଚକିତ କଲା ଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭା ଚାଲିଥିବା ବେଳେ ଗୃହରେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ ବୋଲି ରଣେନ୍ଦ୍ର ସ୍ୱାଇଁ ପ୍ରଶ୍ନ କରିଥିଲେ।
ତାଙ୍କ ପ୍ରଶ୍ନରେ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ୫ ମାସରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ହୋଇଛି। ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ବିଭାଗ ମାମଲା ରୁଜୁ କରିଛି। ୫ ମାସରେ ଖାଉଟି କଲ୍ୟାଣ ବିଭାଗ ୩୧୨୫ ବ୍ୟବସୟ ପ୍ରତିଷ୍ଠାନରେ ରେଡ କରିଛି। ରେଡ ବେଳେ ୧୧୬ ସୁନା ବ୍ୟବସାୟୀ ଧରାପଡ଼ିଛନ୍ତ। ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି।

ଅନ୍ୟପକ୍ଷେ ଗଞ୍ଜାମ, ଖୋର୍ଦ୍ଧା, କଟକ ଜିଲାରେ ଗ୍ରାହକ ସର୍ବାଧିକ ଠକେଇର ଶିକାର ହୋଇଛନ୍ତି। ଗତବର୍ଷ ୪୯୫ ସୁନା ବ୍ୟବସାୟୀ ଧରାପଡ଼ିଥିଲେ। ସେମାନଙ୍କଠାରୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.