ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର

0

ଭୁବନେଶ୍ବର: ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର। ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ନିର୍ମାଣ ହେବ। ଆଜି ବିଧାନସଭା ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି।

ଏନେଇ ମନ୍ତ୍ରୀ କହିଛନ୍ତି, କୃତ୍ରିମ ପ୍ରଜନନ କରାଯାଇ ଦୁଗ୍ଧ ଉତ୍ପାଦନ ଅଧିକ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ସରକାର ଜିଲ୍ଲାକୁ ୨ଟି ଲେଖାଏଁ ଗାଈ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ଯେଉଁମାନେ କି ଅଧିକ ମାତ୍ରାରେ କ୍ଷୀର ଦେଉଥିବେ।

ଏହାସହିତ ମନ୍ତ୍ରୀ ଏହାବି କହିଛନ୍ତି ଯେ, ସରକାରଙ୍କ ଯୋଜନା ରହିଛି ଯେ, ୨୦୦ଟି ଗୋଶାଳା ନିର୍ମାଣ କରାଯିବ। ଏଥିସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ। ଏହାସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଯେ ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ଏନେଇ ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି। ଏଥିସହିତ ଗୋଖାଦ୍ୟ ପାଇଁ ଦୈନିକ ୫୪ ଟଙ୍କା ମିଳିବ।

Leave A Reply

Your email address will not be published.