ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ

0

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ କଲା। ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT GST। ଏହି ମାମଲାରେ ୧୭ ବ୍ୟବସାୟୀଙ୍କୁ ପଚରା ଉଚୁରା କରୁଛି CT GST। ରିପୋର୍ଟ ଅନୁଯାୟୀ, ସିଟି ଏବଂ ଜିଏସ ଟି ବିଭାଗ ମୁମ୍ବାଇରୁ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ୧୭ ଜଣ ବ୍ୟବସାୟୀଙ୍କୁ ସନ୍ଦେହରେ ଅଟକ ରଖିଛି।

ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ଏହି ସମସ୍ତ ସୁନା ଗହଣା ଜବତ ହୋଇଛି। ଜବତ ୨୦ କେଜି ସୁନାରୁ ୧୬ କେଜିର ହିସାବ ମିଳିଥିବା ବେଳେ ୪ କେଜିର ହିସାବ ମେଳ ଖାଉନାହିଁ। ରାଜସ୍ଥାନରୁ ସୁନା ଅଣାଯାଇଥିବା ବେଳେ ତଦନ୍ତ ଜାରି ରହିଛି। ଏସବୁ ସୁନାକୁ କଳାହାଣ୍ଡି ଓ ଅନୁଗୋଳ ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ପଠାଯାଉଥିଲା।

ଅନ୍ୟପଟେ ଅଟକ ଥିବା ୧୭ ଜଣ ନିଜକୁ ଗହଣା ବ୍ୟବସାୟୀ ବୋଲି କହୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଜଣ ଗହଣା ବ୍ୟବସାୟୀ ନଥିବା ସନ୍ଦେହ ସୃଷ୍ଟି ହୋଇଛି। ବେନାମୀ ମାଲିକଙ୍କ ନାଁରେ ସୁନା ଚାଲାଣ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି ଏବଂ ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.