ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଡିପ୍ରେସନ୍, ଉତ୍ତର ଓଡ଼ିଶା ରେ ପ୍ରବଳ ବର୍ଷିବ

0

ଭୁବନେଶ୍ବର: ଉତ୍ତର ପୂର୍ବ ବଙ୍ଗୋପସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବାଂଲାଦେଶ ଉପକୂଳ ରେ ଥିବା ସଦୃଶ ଲଘୁଚାପ ଟି ଘନୀଭୂତ ହୋଇ ଆଜି ସନ୍ଧ୍ୟା ରେ ଡିପ୍ରେସନ୍ ରେ ପରିଣତ ହୋଇଛି। ଏହି କ୍ଷେତ୍ର ଟି ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଆଜି ରାତି ରେ ବାଂଲାଦେଶ ଉପକୂଳ କୁ ଅତିକ୍ରମ କରିବ। ପରବର୍ତ୍ତୀ ୪୮ ଘଣ୍ଟା ରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ପଶ୍ଚିମବଙ୍ଗ ଦେଇ ଗତି କରିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ତଥା ଅଧ୍ୟାପକ ସାର୍ଥକ ମିଶ୍ର।

ଏହି ସିଷ୍ଟମ୍ ପ୍ରଭାବ ରେ ଉତ୍ତର ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼ ଜିଲ୍ଲାର କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ଗଞ୍ଜାମ, ଗଜପତି ରାୟଗଡ଼ା ଜିଲ୍ଲା ର କିଛି ଅଞ୍ଚଳ ରେ ମଧ୍ୟମ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.