ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଆସନ୍ତା ୨୧ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’

0

ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବରିଷ୍ଟ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ପଲ୍ଲୀବାଣୀ ମିଶନ ପକ୍ଷରୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ଅବସରରେ ଏନ୍‌ଡି ଟିଭିର ସାମ୍ବାଦିକା ସିକ୍ତା ଦେଓ, ଓଟିଭି ପୁରୀର ସାମ୍ବାଦିକ ମଧୁସୂଦନ ମିଶ୍ର, କ୍ରୀଡା ସାମ୍ବାଦିକ ସମ୍ବିତ୍‌ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦନ, ନ୍ୟୁଜ୍‌ ୧୮ର ସମ୍ପାଦକ ନରେନ୍ଦ୍ରନାଥ ଜେନା, ନବ ପ୍ରତିଭା ଶ୍ରେଣୀରେ ଅର୍ଗସ ନ୍ୟୁଜ୍‌ ସାମ୍ବାଦିକା ଶତରୂପା ସାମନ୍ତରାୟଙ୍କୁ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ ପ୍ରଦାନ କରାଯିବ।

ସେହିପରି ନ୍ୟୁଜ୍‌ ୭ର ଉଦ୍‌ଘୋଷିକା ଇତିଶ୍ରୀ ନାୟକଙ୍କୁ ‘ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର’ ପ୍ରଦାନ କରାଯିବ। ଓଡ଼ିଆ ଏବଂ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ହାସଲ କରିଥିବା ସାମ୍ବାଦିକମାନଙ୍କୁ ପ୍ରତିବର୍ଷ ପଲ୍ଲୀବାଣୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Leave A Reply

Your email address will not be published.