ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ମା’ର ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କଲେ ୨ ପୁଅ

0

କଟକ: ଜନ୍ମ କଲା ମାଆର ଜୀବନ ନେଇଗଲେ ଦୁଇ ନୃଶଂସ ପୁଅ। କଟକ ଚାଉଳିଆଗଞ୍ଜ ଥାନା ଅଧୀନ ମହାନଦୀ ବିହାର ଅଞ୍ଚଳରେ ଶନିବାର ଏହି ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଅତି ନୃଶଂସ ଭାବେ ମା’ଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁଇ ପୁଅ। ମୃତଦେହ ରକ୍ତାକ୍ତ ଅବସ୍ଥାରେ ଘରେ ପଡ଼ି ରହିଥିବା ବେଳେ ଫେରାର ଅଛନ୍ତି ଦୁଇ ପୁଅ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ପୁଅକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆଉ ଜଣେ ପୁଅ ଏଭଳି ଦୁଃସାହାସିକ କାଣ୍ଡ ଭିଆଇ ଫେରାର ଅଛି।

ଅନ୍ୟପକ୍ଷେ ଜଣେ ପୁଅ ଫେରାର୍‌ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ହତ୍ୟାର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.