ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେଜ୍ରିୱାଲ ଦୁଇ ଦିନ ମଧ୍ୟରେ ସିଏମ ପଦରୁ ଦେବେ ଇସ୍ତଫା

0

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଆସନ୍ତା ଦୁଇ ଦିନ ମଧ୍ୟରେ ସେ ସିଏମ ପଦରୁ ଇସ୍ତଫା ଘୋଷଣା କରିବେ। ଆପ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ କରିବାର ଶକ୍ତି ଆମର ଅଛି। ସେ ଆହୁରି କହିଛନ୍ତି ଯେ, ଆମେ ଭାଜପା ଆଗରେ ନଇଁବୁ ନାହିଁ।

କେଜ୍ରିୱାଲ କହିଛନ୍ତି ଯେ, ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାନସଭା ଦଳର ବୈଠକ ହେବ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ସିଏମ ମଧ୍ୟ ଆମ ଆଦମୀ ପାର୍ଟିର କେହି ଜଣେ ହେବେ। କେଜରିଓ୍ବାଲ ଆଦମୀ ପାର୍ଟି କର୍ମୀ ତଥା ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ମୁଁ ସରକାରୀ କୋର୍ଟରେ ଜିତିବା ପର୍ଯ୍ୟନ୍ତ ମୁଁ ସିଏମ ହେବି ନାହିଁ। ମୁଁ ଚାହୁଁଛି ଯେ ନଭେମ୍ବରରେ ଦିଲ୍ଲୀ ନିର୍ବାଚନ ହେଉ। ଜନସାଧାରଣ ମୋତେ ଭୋଟ ଦେବେ। ଯଦି ମୁଁ ଜିତେ ତେବେ ମୁଁ ସିଏମଙ୍କ ଚେୟାରରେ ବସିବି ବୋଲି ସେ କହିଛନ୍ତି।

Leave A Reply

Your email address will not be published.