ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ବର: ଡ୍ୟୁଟି ସମୟରେ ପୋଲିସ କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ ଓ ସୋସିଆଲ ମିଡିଆ ବ୍ୟବହାରକୁ ନେଇ କଡ଼ା କଟକଣା ଜାରି କରିଛି ଭୁବନେଶ୍ୱର-କଟକ କମିସନରେଟ୍‌ ପୋଲିସ। କର୍ତ୍ତବ୍ୟରେ ଅବହେଳା ରୋକିବା ସହ ସୁରକ୍ଷା ଓ ଗୋପନୀୟତା ବଜାୟ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ନୂଆ ମାର୍ଗଦର୍ଶିକା ଅନୁଯାୟୀ, ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ନିଜର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ। ବିଶେଷକରି ଲୋକଭବନ, ଲୋକସେବା ଭବନ, ଓଡ଼ିଶା ହାଇକୋର୍ଟ, ବିଧାନସଭା, ଲିଙ୍ଗରାଜ ମନ୍ଦିର, ଆର୍ମୋରି ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଭଳି ସମ୍ବେଦନଶୀଳ ସ୍ଥାନରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ସେଠାରେ ଡ୍ୟୁଟିରତ ପୋଲିସ କର୍ମଚାରୀ ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା କୌଣସି ଇଲେକ୍ଟ୍ରୋନିକ୍‌ ଉପକରଣରେ ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡ କରିପାରିବେ ନାହିଁ।

ପୁରୀ ଶ୍ରୀମନ୍ଦିରରେ ମଧ୍ୟ ସୁରକ୍ଷା କାରଣରୁ ନିୟୋଜିତ ପୋଲିସ କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ ନେଇ ପ୍ରବେଶ ଉପରେ କଟକଣା ରହିବ। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ନିକଟରେ କେତେକ ପୋଲିସ କର୍ମଚାରୀ ଡ୍ୟୁଟିସ୍ଥଳ ଓ ମୁତୟନ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିବା ନଜରକୁ ଆସିଥିଲା। ଏଭଳି ଭିଡିଓରୁ ସମ୍ବେଦନଶୀଳ ସ୍ଥାନ, ସୁରକ୍ଷା ବ୍ୟବସ୍ଥା ଓ ଗୋପନୀୟ ସୂଚନା ଅଜାଣତରେ ସାର୍ବଜନୀନ ହେବାର ଆଶଙ୍କା ଥିବାରୁ କମିସନରେଟ୍‌ ପୋଲିସ ଏହି କଟକଣା ଲାଗୁ କରିଛି।

Leave A Reply

Your email address will not be published.