ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୀରଟରେ ତିନି ମହଲା କୋଠା ଭୁଶୁଡ଼ି ୧୦ ମୃତ

0

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ମୀରଟରେ ବଡ଼ ଅଘଟଣ। ପ୍ରବଳ ବର୍ଷାରେ ତିନି ମହଲା କୋଠା ଭୁଶୁଡ଼ି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଧ୍ଵଂସାବଶେଷ ତଳେ ଥିବା ବାକି ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ଏହି ଅଘଟଣ ଘଟିବା ପରେ ସଙ୍ଗେ ସଙ୍ଗେ ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍‌, ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତ ୧୦ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି। ଗତକାଲି ରାତିରେ ପ୍ରବଳ ବର୍ଷା ପରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡିଥିଲା। ଉଦ୍ଧାର ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଫସି ରହିଥିବା ପଶୁମାନଙ୍କୁ ଉଦ୍ଧାର କରାଯାଉଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୋଠାଟି ହଠାତ୍ ଭୁଶୁଡ଼ି ପଡିଥିଲା। ତେବେ ଅଧିକାରୀଙ୍କ କହିବା ଅନୁସାରେ, କୋଠାଟି ବହୁତ ପୁରୁଣା ଥିଲା। ଗତ କିଛି ଦିନ ହେଲା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ପୁରୁଣା ବିଲଡିଂଟି ଦୁର୍ବଳ ହୋଇ ପଡ଼ିଥିବାରୁ ଭୁଶୁଡ଼ି ପଡ଼ିଛି। କୋଠା ଭୁଷୁଡିବା ବେଳେ କୋଠା ଭିତରେ ୧୫ଜଣ ଲୋକ ଥିଲେ। ସମସ୍ତେ ଧ୍ଵଂସାବଶେଷ ତଳେ ଚାପି ହୋଇ ରହିଥିଲେ। ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଘଟଣାସ୍ଥଳରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଠା ତଳେ ଗୋଶାଳା ଥିଲା। ସେଠାରେ କିଛି ଗାଇ ଏବଂ ମଇଁଶି ଥିଲେ । ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି।

Leave A Reply

Your email address will not be published.