ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜିପ୍କୁ ଧକ୍କା ଦେଲା ଟ୍ରକ, ୯ ମୃତ ୧୫ରୁ ଅଧିକ ଗୁରୁତର

0

ଶିରୋହି: ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହୋଇ ରାଜସ୍ଥାନର ଶିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦୱାରା ଥାନା ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶିରୋହି ପୋଲିସ ଅଧିକ୍ଷକ ଅନୀଲ କୁମାରଙ୍କ ସୂଚନା କ୍ରମେ, ଏକ ଜିପ୍ ପ୍ରାୟ ୨୭ ଜଣ ଲୋକଙ୍କୁ ନେଇ ରାସ୍ତାର ଓଲଟାପଟେ ଯାଇ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଥିଲେ। ସମସ୍ତ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଜିପ୍ ରେ ଥିବା ସମସ୍ତ ଯାତ୍ରୀମାନେ ଉଦୟପୁର ଜିଲ୍ଲାର ଉଗ୍ନସାଗର ଅଞ୍ଚଳର ବୋଲି ଜଣା ପଡିଛି। ସେମାନେ ପାଲ୍ଲିସ୍ଥିତ ନାକଡା ମନ୍ଦିରକୁ ଯାଉଥିଲେ ବୋଲି ଆରକ୍ଷୀ ଅଧକ୍ଷକ କହିଛନ୍ତି।

Leave A Reply

Your email address will not be published.