ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନକଲି ନଡ଼ିଆ ତେଲ କାରଖାନାରେ ଚଢ଼ାଉ, ୨ ଗିରଫ

0

ବ୍ରହ୍ମପୁର: ନକଲି ନଡ଼ିଆ ତେଲ କାରଖାନା ସିଜ୍‌। ଗତ କିଛି ଦିନ ତଳେ ନକଲି ଚା ପତି କାରଖାନା ଓ ନକଲି ସସ କାରଖାନା ଧରାପଡିଥିବା ବେଳେ ଏବେ ଧରାପଡିଛି ନକଲି ନଡ଼ିଆ ତେଲ। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ନକଲି ନଢ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ କରିଛି ପୁଲିସ। ଏହାସହ ପ୍ରସ୍ତୁତକର୍ତ୍ତା ବାପ ପୁଅଙ୍କୁ ଗିରଫ କରିବା ସହ କମ୍ପାନୀକୁ ମଧ୍ୟ ସିଜ୍‌ କରିଛି।

ବ୍ରହ୍ମପୁର ବଡବଜ଼ାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚତୁର୍ଥ ଲାଇନରେ ଚାଲିଥିଲା ନକଲି ନଢ଼ିଆ ତେଲ ପ୍ରସ୍ତୁତି। ଥରେ ଆଖି ପଡ଼ିଗଲେ ଭାବିବେ ଏହା ‘ଶଲିମାର’ ନଡ଼ିଆ ତେଲ ବୋତଲ। କିନ୍ତୁ ବୋତଲରେ ନାଁ ଲେଖା ହୋଇଛି ‘ଶିବାନୀ’। କଲିକତାର ଶାଲିମାର ନଡ଼ିଆ ତେଲ କମ୍ପାନୀ ଅଭିଯୋଗ ପରେ ପୋଲିସ ପକ୍ଷରୁ ଚଢ଼ାଉ ଜାରି ହୋଇଛି। ଚଢ଼ାଉରେ ବିପୁଳ ପରିମାଣର ତେଲ, ମେସିନ, ଡବା, ଲିକ୍ୱିଡ ପାରାଫିନ, ଅନ୍ୟାନ୍ୟ ପୋଡା ତେଲ, କାଗଜପତ୍ର ଆଦି ଜିନିଷ ଜବତ କରିଛି ପୋଲିସ। ତଦନ୍ତ ଜାରି ରହିଛି।

Leave A Reply

Your email address will not be published.