ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ନକଲି ନଡ଼ିଆ ତେଲ କାରଖାନାରେ ଚଢ଼ାଉ, ୨ ଗିରଫ

0

ବ୍ରହ୍ମପୁର: ନକଲି ନଡ଼ିଆ ତେଲ କାରଖାନା ସିଜ୍‌। ଗତ କିଛି ଦିନ ତଳେ ନକଲି ଚା ପତି କାରଖାନା ଓ ନକଲି ସସ କାରଖାନା ଧରାପଡିଥିବା ବେଳେ ଏବେ ଧରାପଡିଛି ନକଲି ନଡ଼ିଆ ତେଲ। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ନକଲି ନଢ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ କରିଛି ପୁଲିସ। ଏହାସହ ପ୍ରସ୍ତୁତକର୍ତ୍ତା ବାପ ପୁଅଙ୍କୁ ଗିରଫ କରିବା ସହ କମ୍ପାନୀକୁ ମଧ୍ୟ ସିଜ୍‌ କରିଛି।

ବ୍ରହ୍ମପୁର ବଡବଜ଼ାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚତୁର୍ଥ ଲାଇନରେ ଚାଲିଥିଲା ନକଲି ନଢ଼ିଆ ତେଲ ପ୍ରସ୍ତୁତି। ଥରେ ଆଖି ପଡ଼ିଗଲେ ଭାବିବେ ଏହା ‘ଶଲିମାର’ ନଡ଼ିଆ ତେଲ ବୋତଲ। କିନ୍ତୁ ବୋତଲରେ ନାଁ ଲେଖା ହୋଇଛି ‘ଶିବାନୀ’। କଲିକତାର ଶାଲିମାର ନଡ଼ିଆ ତେଲ କମ୍ପାନୀ ଅଭିଯୋଗ ପରେ ପୋଲିସ ପକ୍ଷରୁ ଚଢ଼ାଉ ଜାରି ହୋଇଛି। ଚଢ଼ାଉରେ ବିପୁଳ ପରିମାଣର ତେଲ, ମେସିନ, ଡବା, ଲିକ୍ୱିଡ ପାରାଫିନ, ଅନ୍ୟାନ୍ୟ ପୋଡା ତେଲ, କାଗଜପତ୍ର ଆଦି ଜିନିଷ ଜବତ କରିଛି ପୋଲିସ। ତଦନ୍ତ ଜାରି ରହିଛି।

Leave A Reply

Your email address will not be published.