ପ୍ରମୁଖ ଖବର

ଦୁବାଇ ଏୟାର ସୋରେ ତେଜସ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ, ପାଇଲଟ୍‌ ମୃତ
ନଭେମ୍ବର ୨୫ରେ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା
ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଫୁଲ ତୋଳିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ
ବାଂଲାଦେଶରେ ଭୂମିକମ୍ପ, ୩ ମୃତ

ବେପରୁଆ ଗାଡି ଚଳାଇବା ପଡିଲା ମହଙ୍ଗା, ୫ ଗିରଫ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏଥିସହିତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନେ ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ୪ଟି କାର୍‌ ଚଳାଇ ଆତଙ୍କ ଖେଳାଇଥିଲେ। ଗୋଟିଏ କାର୍‌ ଫୁଟ୍‌ପାଥ୍‌କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା।

ରାଲିରେ ଯିବା ସମୟରେ ଅଭିଯୁକ୍ତମାନେ ବେପରୁଆ ଗାଡି ଚଳାଇ ଦୁର୍ଘଟଣା ମଧ୍ୟ ଘଟାଇଥିବା କୁହାଯାଉଛି। ଅଭିଯୁକ୍ତମାନେ ମୋଟ ୪ଟି କାର୍‌ରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଇଥିଲେ। ଦୁଇଟି କାରରେ ଦୁଇ ଜଣ ସନ୍‌ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେଥିରୁ ଗୋଟିଏ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ ଓ ପାଟି କରୁଥିଲେ।ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ଅଭିଯୁକ୍ତମାନଙ୍କର ବେପରୁଆ ଗାଡି ଚାଳନା ରେକର୍ଡ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଘଟଣା କମିସନରେଟ ପୋଲିସ ନଜରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସ୍ପେସିଆଲ ସ୍କ୍ୱାଡ଼ ଏବଂ ଲକ୍ଷ୍ମୀସାଗର ପୋଲିସ ୫ ଜଣଙ୍କୁ ଗିରଫ କରିବା ସହିତ ୨ଟି ଗାଡ଼ି ଜବତ କରିଛି।

Leave A Reply

Your email address will not be published.