ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ତଥା ଚର୍ଚ୍ଚିତ ସୁଭଦ୍ରା ଯୋଜନା। ଏଯାବତ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି ଦେବେ। ଏଥିପାଇଁ ଉତ୍ସାହିତ ପ୍ରତିଟି ମହିଳା।
ତେବେ ଏହି ଉତ୍ସାହ ମଧ୍ୟରେ ଏବେ ଠକେଇ ଶିକାର ହେଉଛନ୍ତି ମହିଳା। ଏନେଇ ସତର୍କ କରାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମହିଳାମାନେ ଏଭଳି ସାଇବର ଠକେଇ ଠାରୁ ଦୂରାଇ ରୁହନ୍ତୁ। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଫୋନକୁ ଲିଙ୍କ୍ ଓ ଫ୍ରଡ୍ କଲ୍ ଆସୁଥିବା ଅଭିଯୋଗ ହୋଇଛି। ସରକାର କୌଣସି ଲିଙ୍କ କିମ୍ବା ଫୋନ କଲ୍ ହିତାଧିକାରୀଙ୍କ ପାଖକୁ ପଠାଉନାହାନ୍ତି। ତେଣୁ ଏଭଳି ଲିଙ୍କଙ୍କୁ କ୍ଲିକ୍ କରନ୍ତୁ ନାହିଁ ବୋଲି ସତର୍କ କରାଇଛନ୍ତି ପ୍ରଭାତି ପରିଡା।

ଏନେଇ ଜଣେ ମହିଳା ସାଇବର ଠକର ଶିକାର ହୋଇ ୧୨ ହଜାର ଟଙ୍କା ହରାଇଥିବା ସୂଚନା ମିଳିଛି। ତେଣୁ ଆପଣ ମାନେ ଫର୍ମ ଭରନ୍ତୁ, ପଞ୍ଚିକରଣ କରନ୍ତୁ,. ଟଙ୍କା ଆପଣଙ୍କ ଖାତାକୁ ଯିବ। ଏନେଇ କାହାର କଥାକୁ ବି ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଭାତି ପରିଡା।

Leave A Reply

Your email address will not be published.