ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଆଳୁ, ପିଆଜ ପରେ ମହଙ୍ଗା ହେଲା ଖାଇବା ତେଲ

0

ଭୁବନେଶ୍ବର: ରାଜ୍ୟରେ ଆଳୁ, ପିଆଜ ଓ ପନିପରିବା ପରେ ଏବେ ମହଙ୍ଗା ହୋଇଛି ଖାଇବା ତେଲ। ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାମୋଲିନ୍‌‌, ସୂର୍ଯ୍ୟମୁଖୀ ଓ ସୋୟାବିନ୍‌‌ ତେଲ ଉପରେ ଆମଦାନୀ ଶୁକ୍ଳ ବଢାଇଛନ୍ତି ସରକାର। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡ଼ିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୧୩ ତାରିଖରେ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନୀ ଶୁଳ୍କ ଲଗାଇବା ସହିତ ତାହାକୁ ୧୪ ତାରିଖରୁ ଲାଗୁ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାଦ୍ବାରା ଅଶୋଧିତ ଖାଇବା ତେଲ ଉପରେ ପ୍ରଭାବୀ ଆମଦାନି ଟିକସ ୫.୫ ପ୍ରତିଶତ ପରିବର୍ତ୍ତେ ୨୭.୫ ପ୍ରତିଶତକୁ ବଢ଼ିଯାଇଛି। ସେହିଭଳି ରିଫାଇନ ଖାଇବା ତେଲର ପ୍ରଭାବୀ ଆମଦାନୀ ଶୁଳ୍କ ୧୩.୭୫ ପ୍ରତିଶତ ପରିବର୍ତ୍ତେ ୩୫.୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ସିଧାସଳଖ ପଡ଼ିଛି।

ରବିବାର ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ସୋମବାର ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବିଭିନ୍ନ ପ୍ରକାର ରିଫାଇନ ତେଲ ପୂର୍ବରୁ ଲିଟର ପିଛା ୧୦୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଭଳି ଉଚ୍ଚଦାମରେ ବିକ୍ରି ହେଉଛି।

Leave A Reply

Your email address will not be published.