ପ୍ରମୁଖ ଖବର

କୋଇଲା କ୍ଷେତ୍ରରେ AI ବ୍ୟବହାରକୁ ଗୁରୁତ୍ୱ, ଏମସିଏଲ ସହ ଆଇଆଇଏମ ସମ୍ବଲପୁରର ଚୁକ୍ତି
ସୋମନାଥରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ: ସାମିଲ ହେବେ ପ୍ରଧାନମନ୍ତ୍ରୀ
ଫ୍ୟାଶନ ଜଗତରୁ ଶାସନ ସତ୍ତା ପର୍ଯ୍ୟନ୍ତ; ବଙ୍ଗର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା
ତାମିଲନାଡ଼ୁରେ ସରକାର ଗଢ଼ିବ ଟିଭିକେ, ରାଜ୍ୟପାଳଙ୍କ ନିକଟରେ ଦାବି ପେଶ କଲେ ବିଜୟ
ସୁଦୃଢ଼ ହେବ ଓଡ଼ିଶା-ବଙ୍ଗ ସମ୍ପର୍କ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଦିଙ୍କ ଦୁର୍ଗ ଭାଙ୍ଗିଲା: ଅମିତ ଶାହ

ଗୁଣି ଗାରେଡ଼ି ସନ୍ଦେହରେ ପରିବାରର ୫ ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ

0

ଛତିଶଗଡ଼: ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ ଘଟିଛି ଏହି ଘଟଣା ।

ଛତିଶଗଡର ସୁକ୍‌ମା ଜିଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଗ୍ରାମବାସୀ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ସେମାନେ ହେଲେ ମଉସମ୍‌ କନ୍ନାର, ତାଙ୍କ ସ୍ତ୍ରୀ ମଉସମ୍‌ ବିରି, ପୁଅ ମଉସମ୍‌ ବୁଚା, କର୍କା ଲାଚି ଓ ମାଉସମ୍‌ ଅର୍ଜୋ। ରବିବାର ଗାଁର କେତେକ ଲୋକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରିଛନ୍ତି।

ଗତ କିଛି ଦିନ ହେବ କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁକୁ ନେଇ ମଉସମ୍‌ କନ୍ନାର ନାମକ ବ୍ୟକ୍ତିଙ୍କ ପରିବାର ଉପରେ ଗାଁ ଲୋକେ ସନ୍ଦେହ କରିଥିଲେ। ଉକ୍ତ ପରିବାର ଲୋକେ ଗୁଣି ଗାରେଡି କରୁଥିବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହକରି କେତେକ ଗ୍ରାମବାସୀ ମଉସମ୍‌ଙ୍କ ଘରେ ପଶି ୩ ଜଣ ମହିଳା ଓ ୨ ପୁରୁଷଙ୍କୁ ହତ୍ୟା କରିଛନ୍ତି। ଖବର ପାଇ କୋଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ବେଳେ ସହ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply

Your email address will not be published.