ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଗୁଣି ଗାରେଡ଼ି ସନ୍ଦେହରେ ପରିବାରର ୫ ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ

0

ଛତିଶଗଡ଼: ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ ଘଟିଛି ଏହି ଘଟଣା ।

ଛତିଶଗଡର ସୁକ୍‌ମା ଜିଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଗ୍ରାମବାସୀ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ସେମାନେ ହେଲେ ମଉସମ୍‌ କନ୍ନାର, ତାଙ୍କ ସ୍ତ୍ରୀ ମଉସମ୍‌ ବିରି, ପୁଅ ମଉସମ୍‌ ବୁଚା, କର୍କା ଲାଚି ଓ ମାଉସମ୍‌ ଅର୍ଜୋ। ରବିବାର ଗାଁର କେତେକ ଲୋକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରିଛନ୍ତି।

ଗତ କିଛି ଦିନ ହେବ କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁକୁ ନେଇ ମଉସମ୍‌ କନ୍ନାର ନାମକ ବ୍ୟକ୍ତିଙ୍କ ପରିବାର ଉପରେ ଗାଁ ଲୋକେ ସନ୍ଦେହ କରିଥିଲେ। ଉକ୍ତ ପରିବାର ଲୋକେ ଗୁଣି ଗାରେଡି କରୁଥିବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହକରି କେତେକ ଗ୍ରାମବାସୀ ମଉସମ୍‌ଙ୍କ ଘରେ ପଶି ୩ ଜଣ ମହିଳା ଓ ୨ ପୁରୁଷଙ୍କୁ ହତ୍ୟା କରିଛନ୍ତି। ଖବର ପାଇ କୋଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ବେଳେ ସହ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply

Your email address will not be published.