ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଛତିଶଗଡ଼ରେ ଶିକ୍ଷାଦୂତଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ

0

ଛତିଶଗଡ଼: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି। ଛତିଶଗଡ଼ରେ ସୁକ୍‌ମାରରେ ଶନିବାର ଜଣେ ଶିକ୍ଷାଦୂତଙ୍କୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ।

ସୂଚନା ମୁତାବକ, ସ୍ଥାନୀୟ କିଛି ଶିକ୍ଷିତ ଯୁବକଙ୍କୁ ଉକ୍ତ ଅଞ୍ଚଳରେ ଶିକ୍ଷା ଦୂତ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଶିକ୍ଷାଦୂତଙ୍କ କାର୍ଯ୍ୟ ହେଲେ ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାଶୁଝା କରି ସ୍କୁଲ ଆଣିଥାନ୍ତି ଓ ପାଠ ପଢୁନଥିବା ପିଲାଙ୍କୁ ଶିକ୍ଷାର ମୂଲ୍ୟ ବୁଝାଇବା । ସୁକମାରେ ନକ୍ସଲଙ୍କ ଭୟରେ ବନ୍ଦ ଥିବା ସ୍କୁଲ ଖୋଲିଥିଲେ ଦୁଧି ଅର୍ଜୁନ। ଏହାକୁ ବିରୋଧ କରୁଥିଲେ ନକ୍ସଲ। ପୂର୍ବରୁ ସେମାନେ ଦୁଧି ଅର୍ଜନଙ୍କୁ ଧମକ ମଧ୍ୟ ଦେଇଥିଲେ । ହେଲେ ଦୁଧି ଅର୍ଜୁନ ସେମାନଙ୍କ ଧମକ ନ ଶୁଣିବାରୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.