ନୂଆଦିଲ୍ଲୀ: ଏସିଆନ୍ ଚାମ୍ପିଅନ୍ ଟ୍ରଫି ୨୦୨୪ ହକିର ଫାଇନାଲରେ ରୋମାଞ୍ଚ ଭରା ଲଢେଇ ଦେଖିବାକୁ ମିଳିଛି। ପ୍ରଥମ ଥର ଫାଇନାଲରେ ପହଞ୍ଚିଥିବା ଚୀନକୁ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ କରିଛି। ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ ମୁକାବିଲାରେ ଚାଇନା ଭାରତୀୟ ଦଳ ସହିତ କଡ଼ା ମୁକାବିଲା କରିଥିଲା।ପ୍ରଥମ ୩ କ୍ବାଟର୍ସ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଧିରେ ଧିରେ ବାଜି ପଲଟିଗଲା । ଭାରତ ୧-୦ ଗୋଲରେ ଚୀନକୁ ହରାଇ ଚାମ୍ପିଅନ୍ ହେଲା। ଏହାକୁ ମିଶାଇ ଭାରତୀୟ ହକି ଦଳ ୫ମ ଥର ପାଇଁ ଟାଇଟଲ୍ ଜିତିଛି।
ଭାରତୀୟ ଦଳ ଇତିହାସରେ ସର୍ବାଧିକ ପଞ୍ଚମ ଥର (ଚଳିତ ସିଜିନକୁ ମିଶାଇ) ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି। ପୁରୁଷ ହକି ଏସୀୟ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସିଜନ୍ ୨୦୧୧ ରେ ଖେଳାଯାଇଥିଲା। ତା’ପରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ପରେ ଭାରତୀୟ ଦଳ ୨୦୧୩, ୨୦୧୮ ଏବଂ ୨୦୨୩ ସିଜନରେ ମଧ୍ୟ ଜିତିଛି। ୨୦୧୮ ରେ ଭାରତୀୟ ଦଳ ପାକିସ୍ତାନ ସହ ମିଳିତ ବିଜେତା ହୋଇଥିଲା।
ପ୍ରମୁଖ ଖବର
କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ